www.samajalive.in
Monday, December 8, 2025
16.1 C
Bhubaneswar

ସ୍ବାଭିମାନ ଅଞ୍ଚଳ ବିକାଶରେ ବ୍ୟାପକ ଦୁର୍ନୀତି ହୋଇଛି : କଂଗ୍ରେସ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ବିକାଶରେ ବ୍ୟାପକ ଦୁର୍ନୀତି ହୋଇଛି । ଏଠାରେ ସ୍ବଚ୍ଛ ଭାରତ ଅଭିଯାନ ଓ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟରେ ଯାବତୀୟ ଅନିୟମିତତା ହୋଇଛି । ସାଧାରଣ ଲୋକମାନେ କେବଳ ମାଓବାଦୀ ନୁହନ୍ତି ନିଜର ମୌଳିକ ସୁବିଧା ସୁଯୋଗ ଲାଗି ମଧ୍ୟ ଦିନରାତି ଚିନ୍ତିତ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ।

ଗତକାଲି ସ୍ବାଭିମାନ ଅଞ୍ଚଳ ଗସ୍ତ ପରେ ଶ୍ରୀ ମାଝି କହିଛନ୍ତି ଯେ ଏହି ଅଞ୍ଚଳରେ ସ୍ବଚ୍ଛ ଭାରତ ମିଶନର ନାଁ ଗନ୍ଧ ନାହିଁ । ଲୋକଙ୍କୁ ଶୌଚାଳୟ ମିଳିନାହିଁ, ମାତ୍ର ବିଲ୍ କରାଯାଇ ସମସ୍ତ ଅର୍ଥ ହଡ଼ପ କରାଯାଇଛି । ଏହି ଅଞ୍ଚଳର ବିକାଶ ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଲାଗି କୋଟି କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ମାତ୍ର ଏହି ପାଣ୍ଠିର ଏକ ବଡ଼ ଅଂଶ ହଡ଼ପ କରାଯାଇଛି । ନିଆଯାଇଥିବା କାର୍ଯ୍ୟଗୁଡ଼ିକ ଶେଷ ହୋଇନାହିଁ । ଗାଁ ଗହଳିର ରାସ୍ତା ପାଇଁ ପ୍ରାୟ ୧୬ କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି, ମାତ୍ର ତାହା କୁଆଡ଼େ ଗଲା ତାହାର ପତ୍ତା ନାହିଁ । ସ୍ବାଭିମାନ ଅଞ୍ଚଳର ବିକାଶ ଓ ଉନ୍ନତ ଯୋଗାଯୋଗ, ବିଦ୍ୟୁତିକରଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ କରିବେ ବୋଲି ସରକାର ଘୋଷଣା କରିଥିଲେ । ଗଭୀର ନଳକୂଅ ଖୋଳାଯାଇ ଜଳସେଚନ ବ୍ୟବସ୍ଥା କରାଯିବ ବୋଲି ସରକାର କହିଥିଲେ । ମାତ୍ର ତାହା ମଧ୍ୟ ଅପହଞ୍ଚ ବୋଲି ଶ୍ରୀ ମାଝି କହିଛନ୍ତି ।

- Advertisement -

ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ସ୍ବାଭିମାନ ଅଞ୍ଚଳରେ ଯୋଗାଯୋଗକୁ ଉନ୍ନତି କରିବା ପାଇଁ ଗତ ୩ ଆର୍ଥିକ ବର୍ଷରେ ପ୍ରାୟ ୧୧୬.୦୯ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ସେହିପରି କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ସ୍ବାଭିମାନ ଅଞ୍ଚଳରେ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅଞ୍ଚଳରେ ସଡ଼କ, ଟେଲି ଯୋଗାଯୋଗ, ସ୍କୁଲ, ସ୍ବାସ୍ଥ୍ୟକେନ୍ଦ୍ରର ବିକାଶ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିବା ମଧ୍ୟ ସରକାରୀ ସୂତ୍ରରୁ ସୂଚନା ମିଳିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories