ନୋ-ବଲ୍ ଚେକ୍ ପାଇଁ ଆଇପିଏଲରେ ରହିବେ ଅତିରିକ୍ତ ଅମ୍ପାୟାର!
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟମଲିଗ(ଆଇପିଏଲ)ରେ ଚଳିତବର୍ଷ କେତେକ ନୂଆ ନିୟମ ଲାଗୁ କରାଯିବାର ଯୋଜନା ରହିଛି। ଆଇପିଏଲରେ ନୋ-ବୋଲ ବିବାଦର ସମାଧାନ କରିବାପାଇଁ ଅତିରିକ୍ତ ଅମ୍ପାୟାର ରହିବେ। ଅର୍ଥାତ ଦୁଇ ଫିଲ୍ଡ ଅମ୍ପାୟାରଙ୍କ ବ୍ୟତୀତ ଜଣେ ଅତିରିକ୍ତ ଅମ୍ପାୟାର ରହିବେ। ଏହି ଅମ୍ପାୟାର ଜଣଙ୍କ କେବଳ ନୋ-ବୋଲ ଗୁଡ଼ିକୁ ଚେକ୍ କରିବେ। ତେବେ ସେ ଥାର୍ଡ ଅମ୍ପାୟାର ଭାବେ ଗଣତି ହେବେ ନାହିଁ। ଅନେକ ସମୟରେ ନୋ-ବଲକୁ ନେଇ ତ୍ରୁଟି ସାମ୍ନାକୁ ଆସୁଛି। ଏଥିପାଇଁ ମ୍ୟାଚ୍ର ମୋଡ଼ ମଧ୍ୟ ବଦଳି ଯାଉଛି। ଏହି କାରଣ ପାଇଁ ଏଭଳି ନିୟମ ଲାଗୁ କରାଯିବା ପାଇଁ ଯୋଜନା ହେଉଥିବା ଜଣାପଡିଛି।
ସେହିଭଳି ନିକଟରେ ଭାରତୀୟ କ୍ରିକେଟ କେୟଣ୍ଟ୍ରାଲ ବୋର୍ଡ( ବିସିସିଆଇ) ପକ୍ଷରୁ ଇଣ୍ଡିଆନ ପ୍ରିମିୟମ ଲିଗ(ଆଇପିଏଲ)ରେ ଏକ ନୂଆ ନିୟମ ଲାଗୁ କରିବା ପାଇଁ ଯୋଜନା କରୁଥିବା ଜଣାପଡିଥିଲା। ବିସିସିଆଇର ଯୋଜନା ଅନୁସାରେ ଆଇପିଏଲରେ ଅନ୍ତର୍ଜାତୀୟ ମ୍ୟାଚ ଭଳି ପାୱାରପ୍ଲେ ଲାଗୁ କରାଯିବ। ଯାହାଦ୍ବାରା ଖେଳ ଅଧାରୁ ଫିଲ୍ଡିଂରେ ପରିବର୍ତ୍ତନ କରାଯାଇ ପାରିବ। ଯାହାଫଳରେ ଆଇପିଏଲ କ୍ରିକେଟର ରୋମାଞ୍ଚ ଅଧିକ ମାତ୍ରାରେ ବଢିଯିବ।
Comments are closed.