www.samajalive.in
Monday, December 15, 2025
24.1 C
Bhubaneswar

ରଥକନା କାମ ଶୁଭାରମ୍ଭ କଲେ ୧୨ କାରିଗର

ପୁରୀ: ଜୁଲାଇ ୪ରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଥିଲା ବେଳେ, ରଥ ଉପରେ କନା ଛାଉଁଣି ପାଇଁ ଦରଜି ସେବକଙ୍କ ଦ୍ୱାରା ରଥ କନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧୂପ, ଦୀପ, ମାଳ, ମାହାର୍ଦ୍ଦ ରଖି ପୂଜାର୍ଚ୍ଚନା କରିବା ପରେ ରଥ କନା କଟା ଶୁଭାରମ୍ଭ ହୋଇଛି। ଦରଜି ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ନେତୃତ୍ୱରେ ୧୨ଜଣ କାରିଗର ତିନିରଥର ରଥକନା ନିର୍ମାଣରେ ନିୟୋଜିତ ହୋଇଛନ୍ତି।

ପ୍ରଥମେ ବଳଭଦ୍ରଙ୍କ ରଥକନା କଟା ଆରମ୍ଭ ହୋଇଛି। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ୪୨୫ମିଟର ଲେଖାଏଁ କନା ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୪ଶହ ମିଟର କନା ବ୍ୟବହୃତ ହେବ। ଏହି ପରି ସମୁଦାୟ ୧୨୫୦ ମିଟର କନା ବ୍ୟବହାରରେ ଲାଗିବ। ନନ୍ଦିଘୋଷ ରଥରେ ନାଲି ଓ ହଳଦିଆ ରଙ୍ଗର କନା, ତାଳଧ୍ୱଜ ରଥରେ ନାଲି ଓ ନେଳି କନା ଓ ଦର୍ପଦଳନ ରଥରେ ନାଲି ଓ କଳା କନା ବ୍ୟବହାର କରାଯିବ। ଏହି କାମ ପାଇଁ ଦରଜି ସର୍ଦ୍ଦାରଙ୍କ ନେତୃତ୍ୱରେ ୬ଟି ସିଲାଇ ମେସିନ ବ୍ୟବହୃତ ହୋଇଛି।

- Advertisement -

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories