www.samajalive.in
Monday, December 8, 2025
24.1 C
Bhubaneswar

ଜୁନ୍‍ ୨୮ରେ ଅଭିଭାବକ – ଶିକ୍ଷକ ମିଳିତ ସମ୍ମିଳନୀ

ଭୁବନେଶ୍ୱର: ଫନି ବାତ୍ୟା ପରବର୍ତୀ ଅବସ୍ଥା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମନରୁ ବାତ୍ୟା ଭୟ ଦୂରକରି କିଭଳି ସେମାନେ ନିମୟିତ ବିଦ୍ୟାଳୟକୁ ଆସି ପାଠପଢ଼ାରେ ଯୋଗଦେବେ ଓ ବିଦ୍ୟାଳୟରେ ଶ୍ରେଣୀ ଉପଯୋଗୀ ଶିକ୍ଷଣ ଦକ୍ଷତା ହାସଲ କରିବେ, ସେ ଦିଗରେ ପଦକ୍ଷେପ ନେବାକୁ ଆସନ୍ତା ୨୮ ତାରିଖରେ ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକରେ ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ବୈଠକ ଅନୁଷ୍ଠିତ ହେବ।

ସୂଚନାରୁ ଜଣାପଡିଛି ଯେ, ଏଲ୍‍ଇପି କାର୍ଯ୍ୟକ୍ରମ ଅଧିନରେ ରାଜ୍ୟରେ ପଠନରତ ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଉଜ୍ଜ୍ୱଳ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଉତ୍‍ଥାନ ଯୋଜନା ଅନୁଯାୟୀ ସ୍କୁଲ ଖୋଲିବା ପରେ ଦିନକୁ ଗୋଟିଏ ଲେଖାଏଁ ପିରିୟଡ଼ ହିସାବରେ ୪୦ ଦିନ ପାଇଁ ସ୍ୱତନ୍ତ୍ର ଶିକ୍ଷାଦାନ କରାଯିବ। ଏଥିପାଇଁ ଶିକ୍ଷକମାନଙ୍କୁ ତାଲିମ ଦିଆଯିବ ସହ ଜିଲ୍ଲା, ବ୍ଲକ ଓ କ୍ଲଷ୍ଟର ସ୍ତରରେ ଶ୍ରେଣୀରେ ଶିକ୍ଷାଦାନ ସମ୍ପର୍କରେ ଅନ୍‍ଲାଇନ ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି। ଅନ୍ୟ ପକ୍ଷରେଫନି ବାତ୍ୟା ପ୍ରଭାବିତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ମରାମତି ଓ ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ନିକଟରେ ଥିବା ଅନ୍ୟ ସରକାରୀ ବିଦ୍ୟାଳୟରେ ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି।

- Advertisement -

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ କହିଛନ୍ତି ଯେ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ସ୍କୁଲ ସାର୍ଟିଫିକେସନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହି ଯୋଜନାରେ ଯେଉଁ ବିଦ୍ୟାଳୟ ନିଜର ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଦିଗରେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ, ସେମାନଙ୍କର ଦକ୍ଷତା ଯାଞ୍ଚ କରାଯାଇ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ବ୍ରୋଞ୍ଜ, ରୌପ୍ୟ ଓ ସ୍ୱର୍ଣ୍ଣପଦକ ଦିଆଯିବାର ବ୍ୟବସ୍ଥା କରାଯିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories