www.samajalive.in
Sunday, December 7, 2025
26.1 C
Bhubaneswar

ଓଡିଶା ହେବ ଡାକ୍ତର ବଳକା ରାଜ୍ୟ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୫ ବର୍ଷରେ ଓଡିଶା ଡାକ୍ତର ବଳକା ରାଜ୍ୟ ହେବ। ସଚିବାଳୟରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ସମ୍ମିଳନୀକୁ ଉଦଘାଟନ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ଆଗାମୀ ୧୦୦ ଦିନ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଖସଡା ପ୍ରସ୍ତୁତ କରାଯାଇଛି। ଡାକ୍ତରମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ଯୋଜନା କରାଯିବ। ଏହା ଛାଡ ଡାକ୍ତରମାନଙ୍କ ସମସ୍ୟା ବୁଝିବାପାଇଁ ଭିନ୍ନ ଭିନ୍ନ କମିଟି ମଧ୍ୟ ଗଠନ କରାଯିବ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀରେ ଝାଡା ବାନ୍ତି ବ୍ୟାପିବା ନେଇ ସରକାର ସଚେତନ ଅଛନ୍ତି। ଏହାର ନିରାକରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ରାଜ୍ୟରେ ଗୁଣାତ୍ମକ ଚିକିତ୍ସା ଯୋଗାଇଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ୨୦୨୫ ସୁଦ୍ଧା ରାଜ୍ୟବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

- Advertisement -

ଅନ୍ୟ ପକ୍ଷରେ ଲିଚୁ ଯୋଗୁଁ ବିହାରରେ ୧୦୦ରୁ ଊର୍ଦ୍ଧ୍ବ ଶିଶୁ ମୃତ୍ୟୁ କରିବା ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ଯେଭଳି ନଭାବେ ସେଥିପାଇଁ ସରକାର ସଜାଗ ଅଛନ୍ତି। ଓଡିଶାରେ ବିକ୍ରି ହେଉଥିବା ଲିଚୁର ପରୀକ୍ଷା ପଇଁ ଖାଦ୍ୟ ସୁରକ୍ଷା କମିଶନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories