www.samajalive.in
Friday, December 5, 2025
27.1 C
Bhubaneswar

ସୁରକ୍ଷା ଦେଲା ଭାରତୀୟ ନୌସେନା, ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଥିଲେ ହାଉତି ଆତଙ୍କୀ

ନୂଆଦିଲ୍ଲୀ: ରେଡ୍‌ ସି’ରେ ଯାଉଥିବା ଏକ ତୈଳ ଟ୍ୟାଙ୍କର ବୋଝେଇ ଜାହାଜ ଉପରେ ହାଉତି ଆତଙ୍କବାଦୀମାନେ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଭାରତୀୟ ନୌସେନା ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯିବା ସହିତ ଉକ୍ତ ଜାହାଜକୁ ସୁରକ୍ଷା ଦିଆଯାଇଛି। ଜାହାଜଟିରେ ମୋଟ ୩୦ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣ ଥିଲେ ଭାରତୀୟ।

ଗତ ୨୬ ତାରିଖରେ ଏହି ଘଟଣା ଘଟିଛି। ଆମେରିକା କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ କୁହାଯାଇଛି ଯେ, ରେଡ୍‌ ସି’ ନିକଟ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ମାଇସା ଏବଂ ଏମଭି ଆନ୍‌ଡ୍ରୋମେଡା ଉପରେ ଇରାନ୍‌ ସମର୍ଥିତ ହାଉତି ଆତଙ୍କବାଦୀମାନେ ୟେମେନରୁ ୩ଟି କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ଏଥିରେ ଜାହାଜର ଆଂଶିକ କ୍ଷତି ହୋଇଥିଲା। ଭାରତୀୟ ନୌସେନାର ଆଇଏନଏସ କୋଚି ଏ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଜାହାଜକୁ ସୁରକ୍ଷା ଦେବାକୁ ଘଟଣାସ୍ଥଳକୁ ବାହାରିଥିଲା। ସେଠାରେ ନୌସେନା ବାହିନୀ ପହଞ୍ଚି ଜାହାଜଟିକୁ ସୁରକ୍ଷା ଦେଇଥିଲେ। ନୌସେନାର ଏକ୍ସପ୍ଲୋସିଭ ଅର୍ଡନାନ୍ସ ଡିସ୍ପୋଜାଲ (ଇଓଡି) ଟିମ୍‌ ଏହି ଅପରେଶନ କରାଯାଇଥିଲା। ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା କୁହାଯାଇଛି।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories