www.samajalive.in
Sunday, December 14, 2025
26.1 C
Bhubaneswar

ବେଙ୍ଗାଲୁରୁକୁ ବିଜୟ ଦେଲେ କୋହଲି, ଜ୍ୟାକ୍ସ

ଅହମ୍ମଦାବାଦ: ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରବିବାର ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଗୁଜରାଟ ଟାଇଟନ୍ସକୁ ୯ ୱିକେଟରେ ପରାସ୍ତ କରିଛି। ୱିଲ୍‌ ଜ୍ୟାକ୍ସଙ୍କ ବିସ୍ଫୋରକ ୧୦୦ ରନ୍‌(୪୧ ବଲ) ଏବଂ କୋହଲିଙ୍କ ୭୦ ରନ୍‌ ବଳରେ ୨୦୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବେଙ୍ଗାଲୁରୁ ମାତ୍ର ଗୋଟିଏ ୱିକେଟ୍‌ ବିନିମୟରେ ୪ ଓଭର ବାକି ଥାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛି।

ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍‌ ହରାଇ ୨୦୦ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ ସର୍ବାଧିକ ୮୪ ରନ୍‌(୪୯ ବଲ) ଏବଂ ସାହରୁଖ ଖାନ ୫୮ ରନ(୩୦ ବଲ) ସଂଗ୍ରହ କରିଥିଲେ। ବେଙ୍ଗାଲୁରୁ ପକ୍ଷରୁ ସ୍ପପ୍ନିଲ ସିଂ, ମ୍ୟାକ୍ସୱେଲ ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

- Advertisement -

୨୦୧ ରନ୍‌ର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ବେଙ୍ଗାଲୁରୁ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲା। ଫାଫ୍‌ ଡୁପ୍ଲେସିସ୍‌ ୧୨ ବଲ୍‌ରେ ୨୪ ରନ୍‌ କରି ଏକମାତ୍ର ଖେଳାଳି ଭାବେ ଆଉଟ୍‌ ହୋଇଥିଲେ। ଏହା ପରେ କୋହଲ ଏବଂ ୱିଲ୍‌ ଜ୍ୟାକ୍ସ ଗୁଜରାଟ ବୋଲରମାନଙ୍କୁ ନିର୍ଘାତ ପିଟିଥିଲେ। ଯାହା ଫଳରେ ୬ ଓଭର ବାକି ଥାଇ ବେଙ୍ଗାଲୁରୁ ୨୦୧ ରନ୍‌ର ଟାର୍ଗେଟ୍‌କୁ ପିଛା କରିବାରେ ସଫଳ ହୋଇଥିଲା। ଜ୍ୟାକ୍ସଙ୍କ ଶତକୀୟ ଇନିଂସରେ ୧୦ ବିଶାଳ ଛକା ସାମିଲ ଥିଲା। ଗୁଜରାଟର ଏକମାତ୍ର ବୋଲର ଭାବେ ସାଇ କିଶୋର ଗୋଟିଏ ୱିକେଟ୍‌ ନେବାରେ ସଫଳ ହୋଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories