www.samajalive.in
Monday, December 15, 2025
27.1 C
Bhubaneswar

୨ ଲୋକସଭା, ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ରବିବାର ୨ଟି ଲୋକସଭା ଏବଂ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ସୁରେଶ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଥିବାବେଳେ ସମ୍ବଲପୁର ଲୋକସଭା ଆସନ ଲାଗି ନଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦିଆଯାଇଛି। ସମ୍ବଲପୁରରେ ପୂର୍ବରୁ ଦୁଲାଲ ପ୍ରଧାନଙ୍କୁ ଦଳ ଟିକେଟ ଦେଇଥିଲା। କିନ୍ତୁ ତାଙ୍କୁ ବଦଳାଇ ତାଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇଛି ଦଳ।

ସେହିପରି ୮ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ବାରିପଦା ବିଧାନସଭା  ଆସନ ପାଇଁ ପ୍ରମୋଦ କୁମାର ହେମ୍ବ୍ରମଙ୍କ ନାମ ଘୋଷଣା କରାଯାଇଥିବାବେଳେ ଜଳେଶ୍ବର ଆସନ ପାଇଁ ଦେବୀ ପ୍ରସନ୍ନ ଚାନ୍ଦ, ବାରବାଟୀ କଟକ ଆସନ ପାଇଁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋଶଙ୍କୁ ଟିକେଟ ଦିଆଯାଇଛି। ସେହିପରି ବାଲେଶ୍ବର ବିଧାନସଭା ଆସନରେ ମୋନାଲିଶା ଲେଙ୍କା, ବଡ଼ଚଣା ବିଧାନସଭା ଆସନରେ ଅଜୟ ସାମଲ, ଜଗତସିଂହପୁର ବିଧାନସଭା ଆସନରେ ପ୍ରତିମା ମଲିକ, ପାଲଲହଡ଼ା ଆସନରେ ଫକୀର ସାମଲ ଏବଂ ଖଣ୍ଡପଡ଼ା ବିଧାନସଭା ଆସନରେ ବୈଜୟନ୍ତୀମାଲା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଦଳ ପକ୍ଷରୁ ପୂର୍ବରୁ ବାରିପଦାରେ ବାଦଲ ହେମ୍ବ୍ରମ ଏବଂ ଖଣ୍ଡପଡ଼ାରେ ମନୋଜ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଥିଲା। ଉଭୟଙ୍କୁ ବଦଳାଯାଇ ନୂଆ ପ୍ରାର୍ଥୀ ଭାବେ ବାରିପଦାରେ ପ୍ରମୋଦ ଏବଂ ଖଣ୍ଡପଡ଼ାରେ ବୈଜୟନ୍ତୀମାଲାଙ୍କ ନାମ ଘୋଷଣା କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories