www.samajalive.in
Saturday, December 6, 2025
26.1 C
Bhubaneswar

୨୫ତମ ସାଧନା ଓ ରାଷ୍ଟ୍ରରକ୍ଷା ଶିବିର

ପାଟଣା: ରାଜସ୍ଥାନ ସିକରର ପ୍ରସିଦ୍ଧ ଶ୍ରୀ ଖାଟୁଶ୍ୟାମ ଧାମ ଠାରେ ରୂକବେଦୀୟ ପୂର୍ବଧାମ ଗୋବର୍ଦ୍ଧନ ପିଠାଧିସର ଅନନ୍ତ ବିଭୂଷିତ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ଦିବ୍ୟ ଉପସ୍ଥିତିରେ ୨୫ତମ ସାଧନା ଓ ରାଷ୍ଟ୍ରରକ୍ଷା ଶିବିର ଓ ହିନ୍ଦୁ ରାଷ୍ଟ୍ର ସଂଗୋଷ୍ଠୀର ଭବ୍ୟ ଆୟୋଜନ ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଉଦଯାପିତ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ ଗୋବର୍ଦ୍ଧନ ପିଠାଧିସର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଜୀ ମହାରାଜ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଶିବିରକୁ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶାର ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ଆଦିତ୍ୟବାହିନୀର ରଘୁନାଥ ମହାନ୍ତ ଓ ମହେଶ ତ୍ରିପାଠୀଙ୍କ ନେତୃତ୍ୱରେ ରାଜସ୍ଥାନ ଯାଇ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। କେନ୍ଦୁଝର ଜିଲ୍ଲା ଆଦିତ୍ୟ ବାହିନୀର କ୍ଷେତ୍ରୀୟ ସଂପାଦକ ପ୍ରହ୍ଲାଦ ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, ବିଶ୍ବମ୍ବର ଓଝା, ଭୁବନାନନ୍ଦ ଦାଶ, ବରଗଡ଼ ଜିଲ୍ଲା ଆଦିତ୍ୟ ବାହିନୀ ର ରାମଚନ୍ଦ୍ର ଷଡ଼ଙ୍ଗୀ, ବିଜୟ କୁମାର ମିଶ୍ର, ରଞ୍ଜନ କୁମାର, ଅଜୟ ଗୋଛିକାର, ଲିଲିବାଲା ପ୍ରମୁଖଙ୍କ ସହିତ ଓଡ଼ିଶାର ସମସ୍ତ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନେ ଗସ୍ତକ୍ରମରେ ସାମିଲ ହୋଇଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories