www.samajalive.in
Sunday, December 14, 2025
26.1 C
Bhubaneswar

ବାର୍ଷିକ ଉତ୍ସବ ‘ଗୁଞ୍ଜନ-୨୦୨୪’ ଅନୁଷ୍ଠିତ

କେନ୍ଦୁଝରଗଡ଼: ଗୋନାସିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଗୋନାସିକା ଯୁକ୍ତ ୩ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଗୁଞ୍ଜନ-୨୦୨୪’ ଶନିବାର ସନ୍ଧ୍ୟାରେ ଅଡିଟୋରିୟମ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପରିଚାଳିକା ନିର୍ଦ୍ଦେଶିକା ରାଜଶ୍ରୀ ଖଟୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଅନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ କରିବାକୁ ହେଲେ ପୁରାତନ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ସହ ଜଡିତ କରିବା ନିହାତି ଆବଶ୍ରକ ବୋଲି ମତବ୍ୟକ୍ତ କରିଥିଲେ। ତିରୁପତି ଗ୍ରାଫାଇଟ୍ସର ବୈଷୟିକ ଓ ରିସର୍ଚ୍ଚ ମୁଖ୍ୟ ପ୍ରଫେସର ସୁରେନ୍ଦ୍ର କୁମାର ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜ୍ଞାନ ଓ ଦର୍ଶନକୁ ନେଇ ଛାତ୍ରଛାତ୍ରୀ କିଭଳି ଜୀବନର ମାର୍ଗ ଅନୁସନ୍ଧାନ କରିପାରିବେ ସେ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଯୁକ୍ତ ୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସୁରେଶ ଚନ୍ଦ୍ର ଖଟୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାତ୍ର ୨୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନରେ ବର୍ତ୍ତମାନ ୧୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ଅନୁଷ୍ଠାନ ପ୍ରତି କେବଳ କେନ୍ଦୁଝର ଜିଲାବାସୀ ନୁହଁନ୍ତି ସମଗ୍ର ରାଜ୍ୟର ଅଭିଭାବକ ସେମାନଙ୍କ ବିଶ୍ୱାସ ରଖିଥିବାରୁ ଏହି ଶିକ୍ଷାନୁଷ୍ଠାନ ଆଜି ସମଗ୍ର ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ରତା ବଜାୟ ରଖିପାରିଛି ବୋଲି କହିଥିଲେ। ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ ଋତୁରାଜ ଖଟୋଇ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାର୍ଷିକ ବିବରଣୀ ପାଠ ଅବସରରେ ତ୍ୟାଗ, ନିଷ୍ଠା ଓ ଏକାଗ୍ରତା କିଭଳି ଜଣେ ବିଦ୍ୟାର୍ଥୀଙ୍କୁ ସମାଜରେ ଏକ ଅଗ୍ରଣୀ ବ୍ୟକ୍ତି ଭାବେ ଗଢ଼ିତୋଳିଥାଏ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଯୁକ୍ତ ୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବୀପିନ ବିହାରୀ ଜେନା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଜୀବନରେ ଆଧ୍ୟାତ୍ମିକ ଚିନ୍ତନ ଓ ଭୌତିକବାଦୀ ଚିନ୍ତାର ଏକ ସୁନ୍ଦର ସମନ୍ୱୟ କିଭଳି ସ୍ଥାପନ କରିହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ରୁଚିରା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ପ୍ରଦୀପ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories