www.samajalive.in
Wednesday, December 10, 2025
16.1 C
Bhubaneswar

ସାଂସ୍କୃତିକ ସମିତି ପକ୍ଷରୁ ଦହି ସରବତ ଓ ପଣା ବଣ୍ଟନ

କେନ୍ଦୁଝରଗଡ଼: ବଳଦେବଜୀଉ କଲୋନୀ ସାଂସ୍କୃତିକ ସମିତି ମାଇନିଂରୋଡ କେନ୍ଦୁଝର ପକ୍ଷରୁ କସ୍ତୁରୀ ମହିଳା କ୍ଲବ ସହାୟତାରେ ରବିବାର କଲୋନୀ ପ୍ରବେଶ ପଥରେ ଦହି ସରବତ ଓ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କସ୍ତୁରୀ ମହିଳା କ୍ଲବ ସଭାନେତ୍ରୀ ସଶ୍ମୀତା ପ୍ରଧାନ, ଉପସଭାପତି ବାଣିଶ୍ରୀ ବାବୁ ଓ ଜ୍ୟୋସ୍ନା ମହାପାତ୍ର, ସାଧାରଣ ସମ୍ପାଦିକା ଅମ୍ରିତା ପଟ୍ଟନାୟକ, କୋଷାଧ୍ୟକ୍ଷା କବିତା ଜେନା, ବରିଷ୍ଠ ସଦସ୍ୟା ନୀଲମ ସାହୁ ଓ ରଶ୍ମୀରେଖା ବାବୁ ପ୍ରମୁଖ ଯୋଗଦେଇ ପଥଚାରୀଙ୍କୁ ଦହି ସରବତ ଓ ପଣାବଣ୍ଟନ କରିଥିଲେ। ସାରା ରାଜ୍ୟରେ ଗତି କିଛିଦିନ ଧରି ଯେଭଳି ଭାବେ ଗ୍ରୀଷ୍ମପ୍ରବାହ ଜାରି ରହିଛି ଅତି ଆବଶ୍ୟକ ନହେଲେ ଘରୁ କେହି ପଦାକୁ ବାହାରୁ ନଥିବାବେଳେ ମହିଳାଙ୍କ ଦ୍ୱାରା ପଥଚାରୀଙ୍କୁ ଦହି ସରବତ ଓ ପଣା ବଣ୍ଟନ କାର୍ଯ୍ୟକ୍ରମକୁ ସାଧାରଣରେ ବେଶ୍‌‌ ପ୍ରଶଂସା କରାଯାଇଛି। ତେବେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କେନ୍ଦୁଝରଗଡ଼ ପୌର ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ତୁରନ୍ତ ଏକ ଜଳଛତ୍ର କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି। ବଳଦେବଜୀଉ କଲୋନୀ ସାଂସ୍କୃତିକ ସମିତି କର୍ମକର୍ତ୍ତା ଗଗନ ଚନ୍ଦ୍ର ଦାଶ, ସୁବାଷ ମିଶ୍ର, ଅମ୍ବିକା ପ୍ରସାଦ ମହାପାତ୍ର, ବିଶ୍ୱରଞ୍ଜନ ମହାନ୍ତି, ଦୀନବନ୍ଧୁ ବାବୁ, ମନୋଜ ସାମଲ, ସୁବଳ ସାହୁ, ପ୍ରଭାତ ପ୍ରଧାନ, ରୋହନ ସାହୁ ପ୍ରମୁଖ ଉପସ୍ଥିତ ରହି ଦହି ସରବତ ଓ ପଣା ବଣ୍ଟନରେ କସ୍ତୁରୀ ମହିଳା କ୍ଲବ କର୍ମକର୍ତ୍ତାଙ୍କୁ ସହଯୋଗ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories