www.samajalive.in
Wednesday, December 10, 2025
16.1 C
Bhubaneswar

ଜିଲା ଓକିଲ ସଂଘ ପକ୍ଷରୁ ଆଇନଜିବୀ ଦିବସ ପାଳିତ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଓକିଲ ସଂଘ ପକ୍ଷରୁ ରବିବାର କେନ୍ଦୁଝର ଜିଲା କୋର୍ଟ ପରିସରରେ ମଧୁବାବୁଙ୍କ ୧୭୬ତମ ଜୟନ୍ତୀ ଅବସରରେ ଆଇନଜିବୀ ଦିବସ ପାଳିତ ହୋଇଯାଇଛି। ଜିଲା ଓକିଲ ସଂଘ କର୍ମକର୍ତ୍ତା ଏବଂ ସଦସ୍ୟ ସଦସ୍ୟାଙ୍କ ଦ୍ୱାରା ପ୍ରଥମେ ଜିଲା କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହାପରେ ସଂଘ କର୍ମକର୍ତ୍ତା, ସଦସ୍ୟ ସଦସ୍ୟାଙ୍କ ଦ୍ୱାରା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମଧୁବାବୁ, ଜାତିରପିତା ମହାତ୍ମାଗାନ୍ଧୀ ଓ ଡ. ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ଅବସରରେ ପୂର୍ବାହ୍ନରେ ଜିଲା ଓକିଲ ସଂଘ ସଭା ଗୃହରେ କେନ୍ଦୁଝର ଜିଲା ଓକିଲ ସଂଘ ସଭାପତି ଆଲୋକ କୁମାର ମହାନ୍ତ ଅଧ୍ୟକ୍ଷତା କରି ସୁସ୍ଥ ସମାଜ ଗଠନରେ ଆଇନଜିବୀଙ୍କ ଭୂମିକା ଗୁରତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତ ଆଇନଜିବୀ ସାଧାରଣଲୋକଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଜିଲା ଓକିଲ ସଂଘ ସମ୍ପାଦକ ସଞ୍ଜୀତ ଦାସ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ସାଧାରଣଲୋକଙ୍କୁ ଆଇନସେବା ଯୋଗାଇଦେବାରେ ମଧୁବାବୁଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରି ତାଙ୍କରି ଆଦର୍ଶରେ ଆଇନଜିବୀ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେଇଥିଲେ। ବରିଷ୍ଠ ଆଇନଜିବୀ ଅଶ୍ୱିନୀ ପଟ୍ଟନାୟକ, ଜ୍ୟୋର୍ତିମୟୀ ଷଡଙ୍ଗୀ, ଦୁଷ୍ମନ୍ତ କୁମାର ଜେନା, ରବୀନ୍ଦ୍ର କୁମାର ସେଠୀ, ତାପସ କୁମାର ମହାପାତ୍ର, ରମେଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ମତବ୍ୟକ୍ତ କରିବା ସହ ମଧୁବାବୁ ନିଜକୁ ଜଣେ ସ୍ୱାଭିମାନୀ ଓଡିଆ ଭାବେ କିଭଳି ବିଶ୍ୱ ଦରବାରରେ ପରିଚିତ କରିବାକୁ ସକ୍ଷମ ହୋଇଥିଲେ ସେ ସମ୍ପର୍କରେ ଅବତାରଣା କରିଥିଲେ। ଏହି ଅବସରରେ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ବ ସମୟଧରି ଆଇନସେବା ଯୋଗାଇ ଆସିଥିବା ସଂଘର ବରିଷ୍ଠ ସଦସ୍ୟ ନାରାୟଣ ପ୍ରଧାନ ଓ ତୁଷାରକାନ୍ତ ସାମନ୍ତଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘ ଉପସଭାପତି ବୀନିତା ଦାଶ, ଯୁଗ୍ମସମ୍ପାଦକ କରୁଣାକର ବ୍ରହ୍ମ ଓ ତାରିଣୀ ପ୍ରସାଦ ପୋଥାଳଙ୍କ ସମେତ କାର୍ଯ୍ୟକାରୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ରାଜ, ରାଜେନ୍ଦ୍ର କୁମାର ସାହୁ, ଯୁଧିଷ୍ଠିର ନାଏକ, ବାରୁଣୀ ନାଏକ, ହଳଧର ମହାନ୍ତ ପ୍ରମୁଖ ଯୋଗଦେଇ ଦିବସ ପାଳନ ଓ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଉପସଭାପତି ବିନୀତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories