www.samajalive.in
Wednesday, December 10, 2025
23.1 C
Bhubaneswar

ସମଲିଙ୍ଗୀ ସମ୍ପର୍କ ହେଲା ଦଣ୍ଡନୀୟ – ଇରାକ ସଂସଦରେ ଆଇନ ପାରିତ

ଡେସ୍କ: ଇରାକର ସଂସଦରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଘୋଷଣା କରିବା ପାଇଁ ଏକ ଆଇନ ଗୃହୀତ ହୋଇଛି। ଏହି ଆଇନରେ ସମଲିଙ୍ଗୀ ସମ୍ପର୍କ ଉପରେ ସର୍ବାଧିକ ୧୫ ବର୍ଷ ଜେଲ୍ ଦଣ୍ଡାଦେଶ ଏବଂ ସମଲିଙ୍ଗୀ ସମ୍ପର୍କ କିମ୍ବା ବେଶ୍ୟାବୃତ୍ତିକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କୁ ଅତି କମରେ ୭ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ଜୈବିକ ଲିଙ୍ଗ କିମ୍ବା ପୋଷାକ ବଦଳାଇଲେ ୧ରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବିଧାନ କରାଯାଇଛି। ଏହି ଆଇନକୁ ମୁଖ୍ୟତଃ ରକ୍ଷଣଶୀଳ ଶିଆ ମୁସଲମାନ ଦଳମାନେ ସମର୍ଥନ କରିଥିଲେ ଯେଉଁମାନେ ମୁଖ୍ୟତଃ ମୁସଲମାନ ଇରାକର ସଂସଦରେ ସର୍ବବୃହତ ମେଣ୍ଟ ଗଠନ କରନ୍ତି। ଧାର୍ମିକ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଇରାକ ସମାଜକୁ ନୈତିକ ଦୁର୍ବଳତାରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ସେଠାକାର ଅଧିକାରୀମାନେ କହିଛନ୍ତି।

ଦ୍ୱିପାକ୍ଷିକ ଆଲୋଚନା ପାଇଁ ବାଂଲାଦେଶ ଗସ୍ତ କରିବ ୪ ଜଣିଆ ପ୍ରତିନିଧି ଦଳ

- Advertisement -

ତଥ୍ୟ ଅନୁଯାୟୀ, ୧୩୦ରୁ ଅଧିକ ଦେଶରେ ସମଲିଙ୍ଗୀ ସମ୍ପର୍କ ଆଇନଗତ ହୋଇଥିବା ବେଳେ ୬୦ରୁ ଅଧିକ ଦେଶ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି ଘୋଷଣା କରିଛନ୍ତି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories