୪୩ ଡିଗ୍ରୀ ଉପରେ ୧୨ ସହର, ୪୪.୩ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ
ଡେସ୍କ: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୨୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବା ବେଳେ ୧୨ଟି ସହରରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହିଥିବା ରେକର୍ଡ କରାଯାଇଛି। ଆଜି ଅନୁଗୁଳରେ ସର୍ବାଧିକ ୪୪.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୪୪.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବାରିପଦାରେ ପାରଦ ୪୪, ନୟାଗଡ଼ ଓ କଟକରେ ୪୩.୭, ଢେଙ୍କାନାଳରେ ୪୩.୬ ଏବଂ ତାଳଚେର, ଟିଟିଲାଗଡ ଓ ମାଲକାନଗିରିରେ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ତାତି ବଳବତ୍ତର ରହିବ।
ଅଶ୍ଳୀଳ ଭିଡିଓ ମାମଲା – ଦେଶ ଛାଡ଼ି ପଳାଇଲେ ଦେବେଗୌଡ଼ାଙ୍କ ନାତି ପ୍ରଜ୍ୱଲ ରେବନ୍ନା
Comments are closed.