www.samajalive.in
Sunday, December 14, 2025
14.1 C
Bhubaneswar

+୨ ଫର୍ମପୂରଣ ୧୩ରୁ, ପରୀକ୍ଷା ମାର୍ଚ୍ଚ ପ୍ରଥମ ସପ୍ତାହ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ପାଇଁ ଡିସେମ୍ବର ୧୩ରୁ ୧୫ ମଧ୍ୟରେ ଫର୍ମ ପୂରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଡିସେମ୍ବର ୧୪ରୁ୧୭ ମଧ୍ୟରେ ପରୀକ୍ଷା ଫି’ ଦାଖଲ କରିବେ। ଜୋନାଲ୍‌ କାର୍ଯ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ପୂରଣ କରିଥିବା ଫର୍ମ ଓ ନିର୍ଦ୍ଧାରିତ ପରୀକ୍ଷା ଫି’ ଡିସେମ୍ବର ୧୮ରୁ ୧୯ ମଧ୍ୟରେ ଦାଖଲ କରିବାକୁ ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ କୁମାର ସାହୁ କହିଛନ୍ତି ଯେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ପରୀକ୍ଷା ଲାଗି ଡିସେମ୍ବର ୬ତାରିଖ ଫର୍ମପୂରଣ ପାଇଁ ଧାର୍ଯ୍ୟ କରାଯାଇଥିଲା। ବିଭିନ୍ନ କାରଣରୁ ବହୁ ଛାତ୍ରଛାତ୍ରୀ ଫର୍ମ ପୂରଣ କରିନପାରିବାରୁ ସେମାନଙ୍କ ପାଇଁ ପରିଷଦ ପକ୍ଷରୁ ସୁଯୋଗ ଦିଆଯାଇଛି। ଆସନ୍ତା ଜାନୁଆରୀ ଶେଷ ସପ୍ତାହରେ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ ହେବ ଏବଂ ଏହା ଫେବୃଆରୀ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ସେହିପରି ମାର୍ଚ ପ୍ରଥମ ସପ୍ତାହରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ। ଏଥିନେଇ ଦିନେ ଦୁଇଦିନ ମଧ୍ୟରେ +୨ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କରାଯିବ।
ଏପ୍ରିଲ୍‌ରେ ଉତ୍ତରଖାତା ମୂଲ୍ୟାୟନ କରାଯାଇ ବିଜ୍ଞାନ, କଳା, ବାଣିଜ୍ୟ, ଦୂରନିରନ୍ତର ଶିକ୍ଷା ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଫଳ ଜୁନ୍‌ ୧୦ ସୁଦ୍ଧା ପ୍ରକାଶ କରାଯିବ । ତେବେ ଜେଇଇ ମେନ୍‌, ଜେଇଇ ଆଡ୍‌ଭାନ୍ସଡ୍‌, ମେଡ଼ିକାଲ୍‌ ନାମଲେଖା ଲାଗି ନିଟ୍‌, ନାଇଜର, ଆଇଜର ସମେତ ବିଭିନ୍ନ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରବେଶିକାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ +୨ ବିଜ୍ଞାନ ପରୀକ୍ଷାଫଳ ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ କରାଯିବ ବୋଲି ପରିଷଦର ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। +୨ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ବିଷୟ ଇ-ମୂଲ୍ୟାୟନ କରାଯିବ । ପରୀକ୍ଷା ଶେଷ ହେବା ପରେ ଉତ୍ତରଖାତାଗୁଡ଼ିକ ଦୁଇଦିନ ମଧ୍ୟରେ ସ୍କାନିଂ କରାଯାଇ କମ୍ପୁଟରରେ ଅପ୍‌ଲୋଡ୍‌ କରାଯିବ। ମାର୍ଚ୍ଚ ୩୦ସୁଦ୍ଧା ଇ-ମୂଲ୍ୟାୟନର ସବୁ ବିଷୟ ଉତ୍ତରଖାତା ସ୍କାନିଂ ହେବ ଏବଂ ଏପ୍ରିଲ ପ୍ରଥମ ସପ୍ତାହରୁ ଇ-ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ କରାଯିବ ଏବଂ ଏହା ମେ’ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ସେହିପରି +୨ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ଥିବା ଆଇଟି, କମ୍ପୁ୍ୟଟର ସାଇନ୍ସ, ଗଣିତ ଆଦି ବିଷୟଗୁଡ଼ିକ ମଧ୍ୟ ଇ-ମୂଲ୍ୟାୟନ କରାଯିବ । ଅପରପକ୍ଷରେ ଇଂରାଜୀ ଏବଂ ମାତୃଭାଷା ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା, ଉର୍ଦୁ, ତେଲୁଗୁ, ସଂସ୍କୃତ, ଅଲ୍‌ଟରନେଟିଭ୍‌ ଇଂଲିଶ ଏପ୍ରିଲ୍‌ ମାସ ସୁଦ୍ଧା ମୂଲ୍ୟାୟନ କରାଯିବ। ମେ’ ପ୍ରଥମ ସପ୍ତାହରେ ଟାବୁଲେସନ୍‌ କରାଯିବ ଏବଂ ମେ’ ଦ୍ୱିତୀୟ ସପ୍ତାହରେ +୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ନେଇ ପଦକ୍ଷେପ ନିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ କଳା, ବାଣିଜ୍ୟ, ଦୂରନିରନ୍ତର ଶିକ୍ଷା ଓ ଧନ୍ଦାମୂଳକ ପାଠ୍ୟକ୍ରମର ମାନୁଆଲ୍‌ ମୂଲ୍ୟାୟନ କରାଯିବା ପରେ ପରୀକ୍ଷାଫଳ ପ୍ରକାଶ ପାଇବ । ଇ-ମୂଲ୍ୟାୟନ ଓ ମାନୁଆଲ୍‌ ମୂଲ୍ୟାୟନ ପାଇଁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ମହାବିଦ୍ୟାଳୟର ପ୍ରାୟ ୧୩୦୦ ଅଭିଜ୍ଞ ଅଧ୍ୟାପକଙ୍କୁ ନିୟୋଜିତ କରାଯିବାକୁ ଯୋଜନା ରହିଛି । ରାଜ୍ୟର ସମସ୍ତ ଜିଲା ମୁଖ୍ୟାଳୟରେ ଇ-ମୂଲ୍ୟାୟନ କେନ୍ଦ୍ର କରାଯିବା ନେଇ ନିଷ୍ପତ୍ତି ହୋଇଛି । ତେବେ ଭିତ୍ତିଭୂମିର ଅଭାବ ଦେଖାଗଲେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories