ବାଲ୍ୟ ବିବାହ ପ୍ରଥା ସପକ୍ଷରେ ବିଜେପି ବିଧାୟକ

0

ଭୋପାଳ: ‘ଲଭ୍‍ ଜିହାଦ’କୁ ରେକିବା ପାଇଁ ବାଲ୍ୟ ବିବାହ ଉପଯୁକ୍ତ ପନ୍ଥା ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି ଭୋପାଳର ବିଜେପି ବିଧାୟକ ଗୋପାଳ ପାରମର। ସେ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ବିଳମ୍ବରେ ବିବାହ ହେଉଥିବାରୁ ଲଭ୍‍ ଜିହାଦ୍‍ ପରି ଘଟଣା ବୃଦ୍ଧି ପାଉଛି। ପୂର୍ବକାଳରେ ବୟୋଜ୍ୟେଷ୍ଠମାନେ ବିବାହ ସ୍ଥିର କରୁଥିବାରୁ ବୈବାହିକ ସମ୍ପର୍କ ଦୀର୍ଘବର୍ଷ ପର୍ଯ୍ୟନ୍ତ ଅତୁଟ ରହୁଥିଲା। ୧୮ ବର୍ଷ ପୂର୍ବରୁ ବିବାହକୁ ଆଇନକାନୁନ୍‍ରେ ଅବୈଧ ଘୋଷଣା ହେବା ପରେ ସମସ୍ୟା ଆରମ୍ଭ ହୋଇଛି। କିଶୋର ଅବସ୍ଥାରେ ସେମାନେ ପଥଭ୍ରଷ୍ଟ ହେଉଛନ୍ତି। ମାନସିକ ଦୁଃସ୍ଥ ଓ ଅପରାଧୀଙ୍କ ଶିକାର ହେଉଛନ୍ତି। ଏହାକୁ ରୋକିବାକୁ ହେଲେ ପିତାମାତାମାନେ ସେମାନଙ୍କ ଝିଅମାନଙ୍କୁ ପିଲାବେଳୁ ବିବାହ କରିବା ଆବଶ୍ୟକ।

Leave A Reply