ଚିକେନ ଚଟ୍ପଟ୍
ଆବଶ୍ୟକ ସାମଗ୍ରୀ
ଚିକେନ – ୩୦୦ ଗ୍ରାମ
ଅଣ୍ଡା – ( ୧ ଟି )
ପିଆଜ ( ୨ ଟି କଟା ହୋଇଥିବା )
ରସୁଣ ( ୪ଟି କଟା ହୋଇଥିବା )
ଲଙ୍କା ଗୁଣ୍ଡ
ଲୁଣ
ଜିରା ଗୁଣ୍ଡ
ପଞ୍ଚ ଫୁଟଣ
ହଳଦୀ
ଭୃସଙ୍ଗ ପତ୍ର
ଦହି
ଅଦା ରସୁଣ ବଟା
ଟମାଟୋ ସସ୍
ମଇଦା
କର୍ଣ୍ଣ୍ଫ୍ଲୋର
ଶୁଖିଲା ଲଙ୍କା
କଞ୍ଚା ଲଙ୍କା
୍ପ୍ରସ୍ତୁତି ପ୍ରଣାଳୀ – ଚିକେନକୁ ଭଲ ଭାବେ ଧୋଇ ମଇଦା , କର୍ଣ୍ଣ୍ଫ୍ଲୋର , ଦହି , ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ , ଜିରା ଗୁଣ୍ଡ ,ଲୁଣ , କଞ୍ଚା ଲଙ୍କା , ଭୃସଙ୍ଗ ପତ୍ର , ଅଦା ରସୁଣ ପେଷ୍ଟ ଓ ଗୋଟେ ଅଣ୍ଡା ପକାଇ ଭଲ ଭାବେ ଫେଣ୍ଟି ମିଶ୍ରଣ ପ୍ରସ୍ତୁତ କରନ୍ତୁ । ସେଥିରେ ଧୁଆ ହୋଇ ରହିଥିବା ଚିକେନକୁ ମିଶାଇ କିଛି ସମୟ ରଖନ୍ତୁ ।
ଏହା ପରେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ । ସେଥିରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ଏଥିରେ ମିଶ୍ରଣ ହୋଇ ରହିଥିବା ଚିକେନକୁ ଛାଣନ୍ତୁ ।
ଛାଣିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ । ଏହା ପରେ ଗ୍ୟାସରେ ଆଉ ଏକ କଡ଼େଇ ବସାଇ ସେଥିରେ ତେଲ ପକାଇ ତାହାକୁ ଗରମ କରନ୍ତୁ । ଗରମ ହେବା ପରେ ସେଥିରେ ପଞ୍ଚ ଫୁଟଣ ,ଶୁଖିଲା ଲଙ୍କା , ଭୁସଙ୍ଗ ପତ୍ର , ଟମାଟୋ ସସ୍ରେ ଅଳ୍ପ ପାଣି ଦେଇ ଏଥିରେ ପକାନ୍ତୁ । ଏହା ପରେ ସାମାନ୍ୟ ଲୁଣ , ଲଙ୍କା ଗୁଣ୍ଡ ପକାନ୍ତୁ ଓ ଏଥିରେ ପ୍ରସ୍ତୁତ ହୋଇଥିବା ଚିକେନକୁ ପକାନ୍ତୁ । ୨ ମିନିଟ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ । ପ୍ରସ୍ତୁତ ହେବା ପରେ ଏକ ପ୍ଲେଟରେ କାଢି ଟମାଟୋ ସସ୍ ସହ ଖାଆନ୍ତୁ ଓ ମଜା ନିଅନ୍ତୁ ।