ଖାଆନ୍ତୁ ଓ ଖୁଆନ୍ତୁ ସ୍ୱାଦିଷ୍ଟ ଲଙ୍କା ଚପ୍
ଆବଶ୍ୟକ ସାମଗ୍ରୀ
ବଡ ସିମଲା ଲଙ୍କା – ୫ଟି
ବେସନ – ୧କପ
ବେକିଙ୍ଗ ପାଉଡର – ୧ ଚାମଚ
ସିଝା ଆଳୁ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ୧ ଚାମଚ
ଗରମ ମସଲା – ୧ ଚାମଚ
ଚାଟ୍ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଧନିଆପତ୍ର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଲଙ୍କାକୁ ମଝିରୁ କାଟି ଏହା ମଧ୍ୟରୁ ମଞ୍ଜି କାଢି ଦିଅନ୍ତୁ। ଏବେ ସିଝା ଆଳୁରେ ଲଙ୍କା ଗୁଣ୍ଡ, ଗରମ ମସଲା, ଚାଟ୍ ମସଲା, ଧନିଆପତ୍ର, ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଲଙ୍କା ଭିତରେ ରଖନ୍ତୁ। ଅନ୍ୟ ଏକ ପାତ୍ରରେ ବେସନ, ବେକିଙ୍ଗ ପାଉଡର, ଲଙ୍କାଗୁଣ୍ଡ, ଲୁଣ ଅଳ୍ପ ପକାଇ ପାଣିରେ ଏକ ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଲଙ୍କାକୁ ଛାଣି ଦିଅନ୍ତୁ। ଏହାକୁ ସେଉ, ମଟର, ଧନିଆପତ୍ର ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଲଙ୍କା ଚପ୍ ।
Comments are closed.