www.samajalive.in
Sunday, December 7, 2025
14.1 C
Bhubaneswar

ଚଟପଟା ବେସନ ଚାଟ୍‌

ଆବଶ୍ୟକ ସାମଗ୍ରୀ
ବେସନ – ୧୦୦ ଗ୍ରାମ
ମଇଦା – ୨୫୦ ଗ୍ରାମ
ଲୁଣ – ଆବଶ୍ୟକ ଅନୁସାରେ
ଗରମ ମସଲା – ଅଳ୍ପ
ଦହି – ୫୦୦ ଗ୍ରାମ
ତେନ୍ତୁଳି ରସ – ଅଳ୍ପ
ସିଝା ଆଳୁ – ୨ଟି
ସିଝା ବୁଟ – ୩୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
କଞ୍ଚାଲଙ୍କା ବଟା – ଅଳ୍ପ
ଡ଼ାଳିମ୍ବ ମଞ୍ଜି – ଅଳ୍ପ
ଛଣା ସେଉ – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଣି , ଲୁଣ ପକାଇ ମଇଦାକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ବେସନରେ ଅଳ୍ପ ତେଲ, ଲୁଣ ପକାଇ ଚକଟି ଦିଅନ୍ତୁ। ଏବେ ମଇଦାରୁ ଗୋଲ ଆକାରର ଗୁଳା କରି ଓ ବେସନରୁ ଛୋଟ ଛୋଟ ଗୁଳା କରନ୍ତୁ। ମଇଦା ଗୁଳାକୁ ହାତରେ ସାମନ୍ୟ ଚେପଟା କରି ଏହା ମଧ୍ୟରେ ବେସନ ଗୁଳାକୁ ରଖି ବେଲି ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବେଲି ଥିବା ପୁରୀକୁ ଛାଣି ଦିଅନ୍ତୁ। ଏବେ ସିଝା ଆଳୁରେ କଞ୍ଚାଲଙ୍କା, ଲୁଣ, ଗରମ ମସଲା, ଚଣାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଛଣା ହୋଇଥିବା ପୁରୀ ଉପରେ ପକାଇ କଟା ଧନିଆ ପତ୍ର, ଛଣା ସେଉ, ଡ଼ାଲିମ୍ବ ମଞ୍ଜି, ତେନ୍ତୁଳି ରସ ଆଦି ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ବେସନ ଚାଟ୍‍ ।

ଦେଖନ୍ତୁ ଭିଡିଓ; ମେଳାରେ ଦେଖୁଥିଲେ ଯୁବତୀଙ୍କ ନୃତ୍ୟ, ହଠାତ୍‌ ଖସି ପଡିଲା ଟିଣ ଛାତ..

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories