www.samajalive.in
Tuesday, December 9, 2025
26.1 C
Bhubaneswar

ତିତଲି ସମୀକ୍ଷା : ଗଜପତିରେ ୧୮ ଜଣଙ୍କର ମୃତ୍ୟୁ

ଗଜପତି : ସାମୁଦ୍ରିକ ବାତ୍ୟା ତିତଲି ଓ ତା’ ପରେ ବନ୍ୟା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାବାସୀଙ୍କ ପାଇଁ  ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରାଯିବ। ପାରଳାଖେମୁଣ୍ଡିରେ ତିତଲି କ୍ଷୟକ୍ଷତି  ସଂପର୍କରେ ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି।

ଗଜପତି ଜିଲ୍ଲାର ରାସନ କାର୍ଡଧାରୀଙ୍କୁ ଦୁଇ ମାସର ଚାଉଳ/ଗ୍ରହମ ତଥା କଣ୍ଟ୍ରୋଲ ସାମଗ୍ରୀ ଅଗ୍ରୀମ ଆକାରରେ ପ୍ରଦାନ କରାଯିବ। ୧ ହଜାର ଟଙ୍କା ନଗଦ ରାଶି ସହ ୫୦ କିଲୋ ଚାଉଳ ଓ ଅଢେଇ ଲିଟର କିରୋସିନ୍ ପ୍ରତି ପରିବାରଙ୍କୁ ଯୋଗାଇ ଦିଆଯିବ। ସହରର ପ୍ରତି ପଞ୍ଚାୟତ, ପୌର ପରିଷଦ ଓ ମ୍ୟୁନିସିପାଲଟି ସ୍ତରରେ ଏଥିପାଇଁ ବଣ୍ଟନ ବ୍ୟବସ୍ଥା କରାଯିବ। ମଙ୍ଗଳବାରଠାରୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ସୂଚନା ଦେଇଛନ୍ତି। ଏହି ବଣ୍ଟନ ପ୍ରକ୍ରିୟାର ଭିଡିଓଗ୍ରାଫୀ କରାଯିବାକୁ ନିର୍ଦେଶ ଦିଆଯାଇଛି।

- Advertisement -

ସୋମବାର ସଂଧ୍ୟା ସୁଦ୍ଧା ପାରଳାଖେମୁଣ୍ଡି ସହରରେ ବିଦ୍ୟୁତ୍ ସରବରାହ ସ୍ବଭାବିକ ହୋଇଯିବ ବୋଲି ଶ୍ରୀ ପାଢୀ କହିଥିଲେ। ସେହିପରି ମଙ୍ଗଳବାର ସୁଦ୍ଧା ଗଜପତିର ସବୁ ବ୍ଲକ ମୁଖ୍ୟାଳୟ ଏବଂ ଅକ୍ଟୋବର ୨୦ ତାରିଖ ମଧ୍ୟରେ ସବୁ ସ୍ଥାନକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ। ବନ୍ୟା ପ୍ରଭାବିତଙ୍କ ପାଇଁ ସୋମବାର ୧୧ ଟ୍ରକ୍ ପଲଥିନ ଆସିଥିବା ବେଳେ ମଙ୍ଗଳବାର ସୁଦ୍ଧା ୫୦ ଟ୍ରକ୍ ପଲଥିନ ଆସିବ।

ସେହିପରି ବାତ୍ୟା ଓ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ଏହି ଜିଲ୍ଲାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଅଭିଯୋଗ ନେଇ ଯାଞ୍ଚ ଚାଲିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ସେ କହିଛନ୍ତି ।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories