www.samajalive.in
Monday, December 15, 2025
17.1 C
Bhubaneswar

ରାରା ଚିକେନ୍‍

ଆବଶ୍ୟକ ସାମଗ୍ରୀ:
ଚିକେନ୍‍- ୫୦୦ଗ୍ରାମ୍‍
ଚିକେନ କିମା- ୧୦୦ଗ୍ରାମ୍‍
ତେଜପତ୍ର- ୧ଟି
ତେଲ- ୪ଚାମଚ
ଗୁଜୁରାତି- ୪ଟି
ଡ଼ାଲଚିନି- ୧ଟି
ଜିରା- ୧ଚାମଚ
ଅଦା,ରଶୁଣ ପେଷ୍ଟ- ୨ଚାମଚ
କଞ୍ଚା ଲଙ୍କା- ୧ଟି
ପିଆଜ- ୨ଟି
ଟମାଟୋ – ୨ଟି
ଧନିଆ ପାଉଡ଼ର- ୧ଚାମଚ
ଲଙ୍କା ଗୁଣ୍ଡ- ୧ଚାମଚ
ଜିରା ଗୁଣ୍ଡ- ୧ଚାମଚ
ଗରମ ମସଲା- ୧ଚାମଚ
ଦହି- ୧୦୦ଗ୍ରାମ୍‍
ଲୁଣ- ସ୍ୱାଦ ଅନୁଯାୟୀ
ପେଷ୍ଟ ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ:
କାଜୁ-୧୦୦ଗ୍ରାମ
ଟମାଟୋ-୨ଟି
ମଗଜ- ୫୦ଗ୍ରାମ


ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚିକେନକୁ ଛୋଟ ଛୋଟ କାଟି ଭଲ ଭାବରେ ଧୋଇ ଦିଅନ୍ତୁ। ପେଷ୍ଟ ବନାଇବା ପାଇଁ କାଜୁ,ଟମାଟୋ,ମଗଜକୁ ପାଣିରେ ପକାଇ ୧୫ରୁ ୨୦ମିନିଟ ଅଳ୍ପ ଆଞ୍ଚରେ ପର୍ଯ୍ୟନ୍ତ ଫୁଟାନ୍ତୁ। ଥଣ୍ଡା ହୋଇ ଯିବା ପରେ ତାକୁ ଭଲ ଭାବରେ ପେଷ୍ଟ ବନାଇ ରଖି ଦିଅନ୍ତୁ।
ଗୋଟେ ବଡ଼ କଢ଼େଇ ନେଇ ସେଥିରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇ ଯିବା ପରେ ସେଥିରେ ତେଜପତ୍ର,ଡ଼ାଲଚିନି,ଜିରା ପକାଇ ଦିଅନ୍ତୁ। ତାପରେ ଅଦା,ରଶୁଣ ପେଷ୍ଟ ପକାଇ ଦିଅନ୍ତୁ। ମିଶ୍ରଣ ଗୁଡ଼ିକୁ କିଛି ସମୟ ଭାଜନ୍ତୁ। ତାପରେ ସେଥିରେ ପିଆଜ,କଞ୍ଚା ଲଙ୍କା ପକାନ୍ତୁ। ପିଆଜ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ ଓ ତାପରେ ଟମାଟୋ ପକାଇ ୫ମିଦିଟ ପର୍ଯ୍ୟନ୍ତ କଷାନ୍ତୁ।
ବର୍ତ୍ତମାନ ଚିକେନ କିମାକୁ ଭଲ ଭାବରେ ଭାଜନ୍ତୁ। ୨ମିନିଟ ପରେ ସେଥିରେ ଲଙ୍କା ଗୁଣ୍ଡ,ହଳଦୀ,ଗରମ ମସଲା,ଜିରା ପାଉଡ଼ର,ଧନିଆ ପାଉଡ଼ର ପକାଇ ଙଳ ଭାବରେ ମିଶାଇ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ। ସେଥିରେ ପୂର୍ବରୁ ଭଜା ହୋଇଥିବା ଚିକେନ ଖଣ୍ଡକୁ ପକାଇ ୫ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଭାଜି ହୋଇଗଲା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପେଷ୍ଟ ଓ ଲୁଣ ପକାଇ ଘୋଡ଼ାଇ ରଖନ୍ତୁ। ଚିକେନ ନରମ ହେବା ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ। ଚିକେନ ପ୍ରସ୍ତୁତ ହୋଇ ଗଲା ପରେ ତା ଉପରେ ଭଜା ହୋଇଥିବା ପିଆଜ,ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ରାରା ଚିକେନ୍‍।

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories