www.samajalive.in
Monday, December 8, 2025
16.1 C
Bhubaneswar

‘ଛବିଘର’ରେ ଚିତ୍ର ଉତ୍ସବ

ଭୁବନେଶ୍ବର: ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ବର ଉପକଣ୍ଠ ସୁନ୍ଦରପଦାସ୍ଥିତ ଛବିଘର(ଶିଶୁ ଚିତ୍ରଶିଳ୍ପୀଙ୍କ ଅଗ୍ରଣୀ ଅନୁଷ୍ଠାନ)ର ନିଜସ୍ଵ ପ୍ରଦର୍ଶନୀ କକ୍ଷରେ ଅନନ୍ୟ ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ‘ଚିତ୍ର ଉତ୍ସବ’ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ସୁନାମଧନ୍ୟ ତଥା ବରେଣ୍ୟ ଚିତ୍ରଶିଳ୍ପୀ ବଳଦେବ ମହାରଥା ମୁଖ୍ୟ ଅତିଥି, ଓଡ଼ିଶା ପ୍ରଶାସନିକ ଅଧିକାରୀ ସନ୍ୟାସୀ ବେହେରା, କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ର ଅଧ୍ୟକ୍ଷ ଡଃ ଅଞ୍ଜନ କୁମାର ଖଟୁଆ ଏବଂ ଗୁରୁମା ସବିତାରାଣୀ ମିଶ୍ର ପ୍ରମୁଖ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଶିଶୁ ଚିତ୍ରଶିଳ୍ପୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। କେବଳ ଯେ ପାଠପଢ଼ା ନୁହଁ, ଆଜିର ଜାତୀୟ ଶିକ୍ଷା ନୀତି ନିୟମ ଅନୁଯାୟୀ ପ୍ରତ୍ୟେକ ଛାତ୍ରଛାତ୍ରୀ ଚିତ୍ର, ନୃତ୍ୟ, ସଙ୍ଗୀତ ଓ ଅଭିନୟ ପ୍ରତି ମନନିଯୋଗ କରିବା ପାଇଁ ବରେଣ୍ୟ ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ। ଏହି ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ‘ଚିତ୍ର ଉତ୍ସବ’ରେ ଭୁବନେଶ୍ବର ସମେତ ଆମ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପ୍ରତିଷ୍ଠିତ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନଙ୍କ ସୃଜନାତ୍ମକ ଶୈଳୀରେ ଅଙ୍କିତ ଚିତ୍ରକଳା ସ୍ଥାନିତ ହୋଇଛି। ଏହି ପ୍ରଦର୍ଶନୀ ଆସନ୍ତା ମାସ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଶିଶୁ ଚିତ୍ରଶିଳ୍ପୀ, କଳାନୁରାଗି, ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଦେଖିବାର ସୁଯୋଗ ନେବା ସହ ଅଂଶଗ୍ରହଣକାରୀ ଶିଶୁ ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା ଅତସୀ ବସୁ ଜେନା ସୂଚନା ଦେଇଛନ୍ତି। ଚିତ୍ରଶିଳ୍ପୀ ଅମର କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ ଆଶୀର୍ବଚନ କାର୍ଯ୍ୟକ୍ରମ ଏବଂ ଚିତ୍ରକଳା ପ୍ରଦର୍ଶନୀକୁ କଳାଶିକ୍ଷକ ରବୀନ୍ଦ୍ର କୁମାର ମହାରଣା, ଜଗନ୍ନାଥ ଦାସ, ରବିନାରାୟଣ ବନିକ, ତନୁଶ୍ରୀ ବୋଷ, ଅମର କୁମାର ଜେନା, ମୌସୁମୀ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଶିଶୁ ନୃତ୍ୟଶିଳ୍ପୀ ତମନ୍ନା ଦାସ ଓ ଦିପ୍ରନ୍ବୀତା ଦଳାଇଙ୍କ ଓଡ଼ିଶୀ ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସର୍ବଶେଷରେ କଳାଶିକ୍ଷକ ରବୀନ୍ଦ୍ର କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରକାଶ ଥାଉକି, ଦୀର୍ଘ ୨୫ ବର୍ଷ ଧରି ଶିଶୁ ଚିତ୍ରଶିଳ୍ପୀଙ୍କ ଚିତ୍ରକଳାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଥିବା ଅନୁଷ୍ଠାନ ‘ଛବିଘର’ ମହାମାରୀ କରୋନା ସମୟରେ ଆଭାସୀ ମାଧ୍ୟମରେ ବିଭିନ୍ନ ଚିତ୍ରକଳା ସମନ୍ଧୀୟ ପ୍ରତିଯୋଗିତା, ଆଲୋଚନାଚକ୍ର, କର୍ମଶାଳା କରି ଶିଶୁ ଚିତ୍ରଶିଳ୍ପୀଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ପ୍ରୟାସ କରି ଅଗ୍ରଣୀ ତଥା ପ୍ରମୁଖ ଶିଶୁ ଚିତ୍ରଶିଳ୍ପୀ ଅନୁଷ୍ଠାନ ଭାବେ ସାରା ରାଜ୍ୟରେ ପରିଚିତ ହୋଇପାରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories