www.samajalive.in
Sunday, December 7, 2025
26.1 C
Bhubaneswar

ଶିଳ୍ପକ୍ଷେତ୍ରରେ ରସାୟନିକ ବିପର୍ଯ୍ୟୟ ସୁରକ୍ଷା ମକଡ୍ରିଲ

ଚୌଦ୍ୱାର : ସ୍ଥାନୀୟ ଇମ୍ଫା କାରଖାନାର ଦ୍ୱିତୀୟ ୟୁନିଟ ପରିସରରେ ରସାୟନିକ ବିପର୍ଯ୍ୟୟ ସୁରକ୍ଷା ସମ୍ପର୍କିତ ମକଡ୍ରିଲ ଅନୁଷ୍ଠିତ ହୋଇ ଯାଇଛି । ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ଓସଡ଼ମା ଓ ରାଜ୍ୟ ସରକାରଙ୍କ ୫ଟିର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପସଂସ୍ଥା ପରିସରରେ ରାସାୟନିକ ବିପର୍ଯ୍ୟୟ, ସୁରକ୍ଷା ଓ ଏହାର ମୁକାବିଲା ସମ୍ପର୍କରେ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

କାରଖାନା ଭିତରେ ବିଷାକ୍ତ ଗ୍ୟାସ୍ ଲିକ୍ ଓ ବ୍ଲେଭ ସୃଷ୍ଠିହେଲେ ଶ୍ରମିକ ମାନେ କିପରି ଏହାର ମୁକାବିଲା କରିବେ ଓ ସାଥି ଶ୍ରମିକ ମାନଙ୍କ ଜୀବନ ରକ୍ଷା କରି ପାରିବେ ଏନେଇ ମକ୍ ଡ୍ରିଲ କରାଯାଇଥିଲା । କର୍ମଚାରୀ ମାନଙ୍କ ମଧ୍ୟରେ ଜରୁରୀ କାଳୀନ ପରିସ୍ଥିତିକୁ ସଠିକ ଆକଳନ ଓ ଉପଯୁକ୍ତ ମୁକାବିଲା କରିବାର ଦକ୍ଷତା ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ପ୍ରଦାନ କରିଥିଲେ ।

- Advertisement -

ଫ୍ୟାକ୍ଟ୍ରି ଏବଂ ବଏଲର ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା, ଅତିରିକ୍ତ ଆରଟିଓ ମନୋଜ କୁମାର ଟୋପ୍ପୋ, ଚୌଦ୍ୱାର ଆଇଆଇସି ବିଶ୍ୱରଞ୍ଜନ ସାହୁ, ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ, ଜ୍ୟୋତି ପ୍ରକାଶ ସାହୁ, ଅଗ୍ନିଶମ ଅଧିକାରୀ ବିଷ୍ଣୁ ପ୍ରସାଦ ଦାସ, ସିଆଇଏସ୍ଏଫ ଡ଼େପୁଟି କମାଣ୍ଡାଣ୍ଟ ମନିସ୍କ କୁମାର, ଇମ୍ଫା ପ୍ଲାଣ୍ଟ-୨ ମୁଖ୍ୟ ଏସ୍.କେ.ମିଶ୍ର, ଜି.ଏମ୍ ଜି. ଶାରଦା ପ୍ରସାଦ ରାଓ, ସେଫ୍ଟି ମୁଖ୍ୟ ଶଶାଂକ ଶେଖର ସୁବୁଦ୍ଧିରାୟ, ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସରକାରୀ ଓ ଶିଳ୍ପସ୍ତରୀୟ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories