www.samajalive.in
Tuesday, December 9, 2025
15.1 C
Bhubaneswar

ଚୌଦ୍ୱାରରେ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ

ଚୌଦ୍ୱାର:ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ପଣ୍ଡା ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବିରେ କଂଗ୍ରେସ ତରଫରୁ ଦିଆ ଯାଇଥିବା ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଚୌଦ୍ୱାରରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବା ଏବଂ ବନ୍ଦ ପ୍ରଭାବଶୂନ୍ୟ ରହିଥିବା ଦେଖିବାକୁ ମିଳିଛି । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ ଆନ୍ଦୋଳନକାରୀ ମାନେ ଶୃଖଳା ଅବଲମ୍ବନ କରି ଆନ୍ଦୋଳନ କରିଥିବା ବେଳେ ଯାନ ବାହନ ଚଳାଚଳ ସ୍ୱାଭାବିକ ରହିବା ସହିତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନ ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା ।

 

- Advertisement -

ଚୌଦ୍ୱାର ନଗର କଂଗ୍ରେସ ସଭାପତି ବିଜୟ କୁମାର ବେହେରା, ମହିଳା ମୋର୍ଚ୍ଚା ସଭାନେତ୍ରୀ ମୋନାଲିସା ଦାସ, ରାଜୀବ ମହାନ୍ତି, କୈଳାସ ଚନ୍ଦ୍ର ସାହାଣୀ, ଧୀରେନ୍ଦ୍ର ଚୌଧୁରୀ, ଛାତ୍ର କଂଗ୍ରେସ ସମ୍ପାଦକ ଅଂଶୁମାନ ପ୍ରଧାନ, କୁଳଦୀପ ଦାସ, ଭ୍ରମରବର ନାୟକ, ସୁବାସ ସୁବୁଦ୍ଧିରାୟ ପ୍ରମୁଖଙ୍କ ନେତୃତ୍ୱରେ ଦଳର ବହୁ ସଂଖ୍ୟକ ନେତା ଓ କର୍ମୀ ଶୋଭାଯାତ୍ରାରେ ଚୌଦ୍ୱାର ଅଞ୍ଚଳ ପରିକ୍ରମା କରିବା ସହିତ ସରକାର ବିରୋଧି ସ୍ଲୋଗାନ ଦେଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଥିଲେ । ହରିହର ପରିଡ଼ା, ସେକ୍ ଅସଲମ୍, ସୁବାସ ନାୟକ, ବିଜୟ ଦାସ, ଆଲୋକ ସାମଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories