www.samajalive.in
Monday, December 15, 2025
17.1 C
Bhubaneswar

ତିବ୍ବତୀୟ ଶରଣାର୍ଥୀ ପାଇବେ ଭାରତୀୟ ନାଗରିକତା

ଚାନ୍ଦିପୁଟ: ଗଜପତି ଜିଲାରେ ବସବାସ କରିଆସୁଥିବା ତିବ୍ବତୀୟ ଶରଣାର୍ଥୀ ପାଇବାକୁ ଯାଉଛନ୍ତି ଭୋଟର ପରିଚୟପତ୍ର । ଏହି ପରିଚୟ ପତ୍ର ପାଇବା ପରେ ଭାରତୀୟଙ୍କ ଭଳି ଆଗାମୀ ନିର୍ବାଚନରେ ନିଜ ନିଜର ମତଦାନ ସାବ୍ୟସ୍ତ କରିପାରିବେ । ପୂର୍ବରୁ ତିବ୍ବତୀୟ ଶରଣାର୍ଥୀମାନଙ୍କୁ ସରକାର ଆଧାର କାର୍ଡ ଓ ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରି ଭତ୍ତା ଓ ରାସନ୍ କାର୍ଡ ଯୋଗାଇ ଦେଇଥିଲେ । ହେଲେ ବର୍ତମାନ ଭୋଟର ତାଲିକାରେ ନାମ ସଂଯୋଗ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଚାଲିଥିବା ଯୋଗୁ ତିବ୍ବତୀୟମାନେ ବିଧିବଦ୍ଧ ଭାବେ ଭାରତୀୟ ନାଗରିକତା ହାସଲ କରିପାରିବେ ବୋଲି ବେଶ୍ ଉତ୍ସାହିତ ।

- Advertisement -

ଗଜପତି ଜିଲାରେ ଦୀର୍ଘ ୬ ଦଶନ୍ଧି ଧରି ଶରଣାର୍ଥୀ ଭାବେ ବସବାସ କରୁଥିବା ତିବ୍ବତୀୟମାନଙ୍କ ପାଇଁ ସରକାର ନେଇଛନ୍ତି ଯୁଗାନ୍ତକାରୀ ପଦକ୍ଷେପ । ଏଥର ତିବ୍ବତୀୟ ଶରଣାର୍ଥୀମାନେ ପାଇବେ ଭାରତୀୟ ନାଗରିକର ପରିଚୟ। ଗଜପତି ଜିଲାର ଚନ୍ଦ୍ରଗିରି ଓ ଆଖପାଖ ପାଞ୍ଚଟି କ୍ୟାମ୍ପରେ ତିବ୍ବତୀୟମାନେ ଆଜକୁ ୬୦ ବର୍ଷ ଧରି ଚାଷ ବାସ କରି ରହିଆସୁଥିବା ବେଳେ ଏବେ ଭୋଟର ତାଲିକାରେ ନାମ ସଂଯୋଗ ପାଇଁ ପ୍ରକ୍ରିୟା ଚାଲିଛି । ଯାହାକୁ ନେଇ ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି ତିବ୍ବତୀୟ ଶରଣାର୍ଥୀମାନେ । ଏଥିପାଇଁ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ଉଭୟ ଆର ଉଦୟଗିରି ଓ ମୋହନା ତହସିଲଦାରଙ୍କ ତତ୍ବାବଧାନରେ ପ୍ରତି କ୍ୟାମ୍ପରେ ବୁଥ ଲେବେଲ ଅଧିକାରୀଙ୍କ ଦ୍ବାରା ସଂଯୁକ୍ତ ଦସ୍ତାବିଜ ସଂଗୃହିତ ଚାଲିଛି । ତେବେ ଭାରତୀୟ ନାଗରିକତା ପ୍ରାବଧାନ ଅଧିନିୟମ ଧାରା ୩ ଅନୁସାରେ ନିର୍ବାଚନ କମିଶନଙ୍କ ନିୟମ ଆଧାରରେ ଯେଉଁମାନେ ୧୯୫୦ ଜାନୁଆରୀ ୨୬ ତାରିଖରୁ ୧୯୮୭ ଜୁଲାଇ ୧ ତାରିଖ ମଧ୍ୟରେ ଭାରତରେ ଜନ୍ମ ଲାଭ କରି ବସବାସ କରିଆସୁଛନ୍ତି, ସେମାନଙ୍କୁ ଭୋଟର ତାଲିକାରେ ଯୋଡା ଯାଇପାରିବାର ବ୍ୟବସ୍ଥା ରହିଥିବା କହିଛନ୍ତି ଗଜପତି ଉପଜିଲାପାଳ ଆଲୋକ ପ୍ରଧାନ। ଯାହାକୁ ନେଇ ଗଜପତି ଜିଲାର ତିବ୍ବତୀୟମାନଙ୍କୁ ଏହି ନିୟମ ଆଧାରରେ ଭୋଟର ପରିଚୟପତ୍ର ପାଇଁ ଆବେଦନ କରିବାକୁ ସୁବିଧା ଚଳିତ ବର୍ଷଠାରୁ ଯୋଗାଇ ଦିଆଯାଇଥିବା ବେଳେ ସେମାନଙ୍କ ଜନ୍ମ ପ୍ରମାଣ ପତ୍ର ଓ ଆଧାର କାର୍ଡ ଦସ୍ତାବିଜ ଜରିଆରେ ଦେବାକୁ ପଡ଼ିବ ବୋଲି କହିଛନ୍ତି ଉପଜିଲାପାଳ ଶ୍ରୀ ପ୍ରଧାନ। ଆଗାମୀ ୯ ତାରିଖ ପରେ କେତେଜଣ ଆବେଦନ କରିଛନ୍ତି ତାହା ଜଣାପଡିବ ବୋଲି ସେ କହିଛନ୍ତି।

ତେବେ ୧୯୬୩ ମସିହାରେ ତିବ୍ବତୀୟମାନେ ଚନ୍ଦ୍ରଗିରି ଅଞ୍ଚଳକୁ ଶରଣାର୍ଥୀ ଭାବେ ଆସିଥିଲେ। ସେତେବେଳେ ଅନେକଙ୍କ ଜନ୍ମ ପ୍ରମାଣ ନଥିବା ଯୋଗୁ ଅଧିକାଂଶ ଏହି ସୁବିଧାରୁ ବାଦ ପଡିଯାଇଥିବା ପ୍ରକାଶ କରିଛନ୍ତି ।‌ ସରକାର ପୂର୍ବରୁ ଆଧାର କାର୍ଡ ଦେଇଥିଲେ ଓ ପରେ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇଦେବା ସହ ପଡ଼ି କାର୍ଡ ଓ ବିଜୁ ସ୍ବାସ୍ଥ୍ୟ ବୀମା ସରକାରୀ ଯୋଜନାରେ ସାମିଲ କରିଥିଲେ । ବର୍ତ୍ତମାନ ତିବ୍ବତୀୟମାନଙ୍କ ତିନି ପୀଢ଼ି ବସବାସ କରିଆସୁଥିବା ବେଳେ ୧୮ବର୍ଷରୁ ଊର୍ଦ୍ଧ୍ବ ଶରଣାର୍ଥୀଙ୍କୁ ଭୋଟର ତାଲିକାରେ ନାମ ସଂଯୋଗ ପାଇଁ ସରକାର ବ୍ୟବସ୍ଥା କଲେ ବାଦ୍ ପଡୁଥିବା ହିତାଧିକାରୀଙ୍କ ନାମ ଯୋଡ଼ିପାରିବେ ବୋଲି ମତ ବ୍ୟକ୍ତ କରିଛନ୍ତି। ଗଜପତି ଜିଲାର ପାଞ୍ଚୋଟି କ୍ୟାମ୍ପରେ ୧୦ହଜାରରୁ ଊର୍ଦ୍ଧ୍ବ ତିବ୍ବତୀୟମାନେ ରହିଆସୁଥିବା ବେଳେ ଭୋଟ୍‌ ତାଲିକାରେ ନାମ ସଂଯୋଗ ପାଇଁ ସୁବିଧା ଆସିବା ପରେ ଆଗାମୀ ନିର୍ବାଚନରେ ନିଜ ନିଜର ମତଦାନକୁ ନେଇ ବେ୍ଶ ଉତ୍ସାହିତ ଥିବା ତିବ୍ବତୀୟମାନେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories