ସାହିତ୍ୟ ପତ୍ରିକା ‘ସଂଜୀବନ’ ଉନ୍ମୋଚିତ

ଚୌଦ୍ୱାର: ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ପବ୍ଲିକ୍ ୱେଲଫେୟାର ସୋସାଇଟି ଆନୁକୁଲ୍ୟରେ ସାହିତ୍ୟ ପତ୍ରିକା ‘ସଂଜୀବନ’ ଉନ୍ମୋଚିତ ହୋଇଯାଇଛି। ପିଡବ୍ଲୁଏସ୍ ସଭାପତି ବିଷ୍ଣୁ ଚରଣ ସାହୁଙ୍କ ପୌରୋହିତ୍ୟରେ ସ୍ଥାନୀୟ ଶିଶୁ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ଇମ୍ଫାର ଲୋକ ସମ୍ପର୍କ ଡିଜିଏମ୍ ଧ୍ରୁବ ଚରଣ ରାଉତ, ଶିକ୍ଷାବିତ୍ ଭାଗବତ ରାଉତ, ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ‘ସଂଜୀବନ’ର ଶୁଭ ଉନ୍ମୋଚନ କରିଥିଲେ । ପିଡବ୍ଲୁଏସ୍ ସଂଗଠନ ଅଞ୍ଚଳରେ ବିଭିନ୍ନ ସେବା କାର୍ଯ୍ୟ ନିଷ୍ଠାର ସହିତ କରି ଚାଲିଥିବା ସହିତ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ଅତିଥି ମାନେ ଏହାର କାର୍ଯ୍ୟାବଳୀର ଭୁୟସୀ ପ୍ରଶଂସା କରିବା ସହିତ ଏହି ମହତ୍ କାର୍ଯ୍ୟଧାରାକୁ ବଜାୟ ରଖିବା ପାଇଁ ସଂଗଠନର ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ।

prayash

ସହ ସମ୍ପାଦକ ଜ୍ୟୋତି ଶଂକର ମିଶ୍ର ପତ୍ରିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅଜିତ୍ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପତ୍ରିକା ସମ୍ପାଦକ ସେକ୍ ଜାଫର ଅଲ୍ଲୀ ଓ ବରିଷ୍ଠ ସଦସ୍ୟ ପଞ୍ଚାନନ ବେହେରା ପତ୍ରିକାର ବିଶେଷତ୍ୱ ଓ ରଚନାବଳୀ ସମ୍ପର୍କରେ ଆଲୋଚନା କରିଥିଲେ ।ସମ୍ପାଦକ ପ୍ରଦ୍ୟୁମ୍ନ ତରାଇ ବିବରଣୀ ପାଠ କରିଥିଲେ। ଉପ ସଭାପତି ବିକ୍ରମ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଶିବ ଶଂକର ସାହୁ,ସୁକାନ୍ତ ତରାଇ ଆଦିଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅଞ୍ଚଳର ବହୁ ସାହିତ୍ୟ ସାଧକ, କବି,ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜାସବୀ, ବରିଷ୍ଠ ନାଗରିକ ତଥା ସାଧାରଣ ଜନତା ଏହି କାର୍ଯ୍ୟକ୍ରରେ ଉପସ୍ଥିତ ଥିଲେ।

Comments are closed.