ଶାରଦୀୟ ଦୂର୍ଗାପୂଜା, ଚୌଦ୍ୱାରରେ ମହାମାୟାଙ୍କୁ ଭକ୍ତିଭରା ଆବାହନ
ଚୌଦ୍ୱାର: ଚୌଦ୍ୱାରରେ ଆରମ୍ଭ ହୋଇଛି ଶରଦୀୟ ଦୂର୍ଗାପୂଜା ଉତ୍ସବ। ଅଞ୍ଚଳର ବିଭିନ୍ନ ମଣ୍ଡପରେ ଦେବୀ ଦୂର୍ଗାଙ୍କ ମୃଣ୍ମୟ ମୁର୍ତ୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା ଅରମ୍ଭ କରାଯିବା ସହିତ ଭକ୍ତି ଓ ଭାବାବେଗରେ ମା’ଙ୍କୁ ଆବାହନ କରାଯାଇଛି।ଓଟିଏମ୍ ଦୂର୍ଗା ବଜାର, ବିରାଟ ବଜାର, ଚୌଦ୍ୱାର ସାମଲ ସାହି, ପ୍ରତାପ ନଗରୀ, ଗୁପ୍ତେଶ୍ୱର ସାହି, ପରିଡ଼ା ସାହି ଆଦି ମଣ୍ଡପରେ ଦେବୀ ଦୂର୍ଗା ଓ ପାର୍ଶ୍ବ ଦେବାଦେବୀମାନଙ୍କୁ ରୀତି ନୀତିରେ ପୂଜାଚ୍ଚର୍ନା କରାଯିବା ସହିତ ହୋମଯଜ୍ଞର ଆୟୋଜନ କରାଯାଉଛି।
ମଣ୍ଡପ ଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଦେବୀ ଦର୍ଶନ ସାଜସଜ୍ଜା ଦେଖିବା ପାଇଁ ସପ୍ତମୀ ସଂଧ୍ୟାରେ ପୂଜା ମଣ୍ଡପ ମାନଙ୍କରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ବିରାଟ କଟକ ପଶ୍ଚିମ ଗଡ଼ଚଣ୍ଡୀ ମା’ ଧୂମାବତୀଙ୍କ ପୀଠରେ ଦେବୀଙ୍କ ପୂଜାର୍ଚ୍ଚନା ଶ୍ରଦ୍ଧା ଓ ଭକ୍ତି ସହକାରେ ଅନୁଷ୍ଠିତ ହେଉଛି। ବେଲ ବରଣ ଠାରୁ ବିଭିନ୍ନ ଉପଚାର ପୂଜା ସହିତ ପ୍ରତିଦିନ ଅନୁଷ୍ଠିତ ଯଜ୍ଞାନୁଷ୍ଠାନରେ ବହୁ ଶ୍ରଦ୍ଧାଳୁ ଯୋଗଦେଇ ପୂଜାର୍ଚ୍ଚନା ଓ ଭୋଗରାଗ କରିବା ସହିତ ଯଜ୍ଞରେ ଆହୁତି ପ୍ରଦାନ କରୁଛନ୍ତି। ପୀଠ ପୂଜକ ପଣ୍ଡିତ ଲୋକନାଥ ମିଶ୍ର ଓ ତ୍ରିନାଥ ମିଶ୍ର ଉତ୍ସବ ପରିଚାଳନା କରୁଛନ୍ତି ।
Comments are closed.