ଭୁବନେଶ୍ଵର: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ(ସିବିଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଚଳିତବର୍ଷ ସାରା ଦେଶରୁ ୧୨ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରୁ ପାଖାପାଖି ୧୬ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ଧନ୍ଦାମୂଳକ ଶିକ୍ଷା ବିଷୟର ପରୀକ୍ଷା ହୋଇଛି। ତେବେ ରେଗୁଲାର ପରୀକ୍ଷାର୍ଥୀଙ୍କ ଲାଗି ଏଥର ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି। ମାର୍ଚ୍ଚ ୨ ତାରିଖରୁ ଅନ୍ୟାନ୍ୟ ବିଷୟରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।
ସିବିଏସଇ ଦ୍ବାଦଶ ପରୀକ୍ଷା ଆରମ୍ଭ: ରାଜ୍ୟରେ ୧୬ ହଜାର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା
Popular Categories



