www.samajalive.in
Monday, December 15, 2025
24.1 C
Bhubaneswar

କ୍ୟାରିୟର ପାଇଁ କଣ ଜରୁରୀ?

ଆଜିକାଲି ସମସ୍ତେ ନିଜ କ୍ୟାରିୟର ଗଠନ ଦିଗରେ ଅଧିକ ଯତ୍ନବାନ ହେବାର ଲକ୍ଷ୍ୟ କରାଯାଇଛି। କନ୍ତୁ ଏହାର ସଠିକ ଚୟନ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଥିପ୍ରତି ବିଶେଷ ଦିଗ ଉପରେ ଧ୍ୟାନ ଆବଶ୍ୟକ। ଉତ୍ତମ କ୍ୟାରିୟର ଗଢିବାକୁ ଚାହୁଁଥିଲେ ପ୍ରଥମେ ଆପଣଙ୍କୁ ବାଛିବାକୁ ପଡ଼ିବ କେଉଁ କ୍ଷେତ୍ରରେ ନିଜ କ୍ୟାରିୟର ଗଢିବେ। ସେଥିପାଇଁ ନିଜକୁ ପ୍ରସ୍ତୁତି କରିବା ସହ ଉପଦେଷ୍ଟାଙ୍କ ଠାରୁ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ। କ୍ୟାରିୟର ଆରମ୍ଭ କରିବାକୁ ଯାଉଥିଲେ ଟିପ୍ସ ଉପରେ ଧ୍ୟାନ ଦେବାକୁ ପଡ଼ିବ

ଟିପ୍ସ
ସାଧନା ସଫଳତାର ମୂଳ ମନ୍ତ୍ର
ସମାଜ ପରିବର୍ତ୍ତନଶୀଳ। ତେଣୁ ନିଜକୁ ମଧ୍ୟ ସମୟ ସହ ତାଳ ଦେଇ ନିଜକୁ ଅପଡେଟ ରଖିବା ସହ ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ। ପ୍ରତିଦିନର ଖବର ବା ଘଟଣାବଳୀ ବିଷୟରେ ଜ୍ଞାନ ରହିବା ଆବଶ୍ୟକ। ପ୍ରତ୍ୟେକଙ୍କ ଠାରୁ କିଛି ନା କିଛି ତଥ୍ୟ ଶିକ୍ଷିବାକୁ ମିଳେ। ଜ୍ଞାନ ଆହରଣ କେବେ ବନ୍ଦ କରିବା ଅନୁଚିତ।

- Advertisement -

ଭଲ ଶ୍ରୋତା ହେବା ଆବଶ୍ୟକ
ଆପଣ ଶିକ୍ଷାର୍ଥୀ ହୁଅନ୍ତୁ କି କର୍ମଚାରୀ, ସବୁବେଳେ ଉଚ୍ଚ ପଦସ୍ଥ କର୍ମଚାରୀ ଏବଂ ସହ କର୍ମଚାରୀଙ୍କ କଥା ଧୈର୍ଯ୍ୟର ସହ ଶୁଣିବା ଆବଶ୍ୟକ। କୌଣସି ବିଷୟ ଉପରେ ଆଲୋଚନା କରି ନିଜର ମତାମତ ଉପସ୍ଥାପନା କରିବା ସହ ଅନ୍ୟର ମତକୁ ଧ୍ୟାନର ସହ ଶୁଣିବା ଦରକାର।

http://କ୍ୟାରିୟର ପାଇଁ କଣ ଜରୁରୀ?

କର୍ମକ୍ଷେତ୍ରରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା
ବହୁତ କମ ଲୋକ ସଫଳତାର ଶୀର୍ଷକୁ ଛୁଇଁ ପାରନ୍ତି କିନ୍ତୁ ଯଦି ନିଷ୍ଠାର ସହ ନିଜ କର୍ତ୍ତବ୍ୟ ସମ୍ପାଦନ କରାଯାଏ ତେବେ ନିଜ କର୍ମ କ୍ଷେତ୍ରରେ ସଫଳତା ହାସଲ କରିବା ସହ ନିଜ କ୍ୟାରିୟରରେ ନୂତନ ମୋଡ ଦେଖିବାକୁ ମିଳିବ। ନିଜକୁ ଦକ୍ଷ ପ୍ରମାଣ କରିବାର ସୁଯୋଗ ମିଳେ।

ସମ୍ପର୍କ ସୁଦୃଢ କରିବା ଆବଶ୍ୟକ
ନିଜର ସାଙ୍ଗସାଥି ଏବଂ ଅନ୍ୟ ପରିଚିତ ବ୍ୟକ୍ତି ମାନଙ୍କ ସହ ସମ୍ପର୍କ ସୁଦୃଢ କରିବା ଆବଶ୍ୟକ। ତେବେ ଏହା ଦ୍ୱାରା ଆପଣଙ୍କୁ କ୍ୟାରିୟର ସମ୍ବନ୍ଧୀୟ ତଥ୍ୟ ମିଳିବାରେ ସହଜ ହେବ।

ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ
ସବୁବେଳେ ଶିକ୍ଷା ତଥା ପୂର୍ବର କାର୍ଯ୍ୟ ସମ୍ବନ୍ଧିୟ ବାୟୋଡାଟା ପ୍ରସ୍ତୁତି କରି ରଖିବା ଆବଶ୍ୟକ ଏବଂ ସମୟାନୁସାରେ ବାୟୋଡାଟା ଅପଡେଟ କରିବା ଆବଶ୍ୟକ।

ସ୍ୱପ୍ନକୁ ବାସ୍ତବାରେ ପରିଣତ କରିବା ଦରକାର
ନିଜ ସ୍ୱପ୍ନକୁ ଚିହ୍ନିବା ସହ ତାକୁ ବାସ୍ତବ କ୍ଷେତ୍ରରେ ସଫଳ ରୂପାୟନ କରିବା ନିମନ୍ତେ ଦୃଢ ଇଚ୍ଛା ଶକ୍ତି ଥିବା ଆବଶ୍ୟକ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories