www.samajalive.in
Monday, December 8, 2025
27.1 C
Bhubaneswar

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଓ ଆଇଏଫ୍‌ଏମ୍‌ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି, ଭୁବନେଶ୍ୱର ଓ ତାଞ୍ଜାନିଆସ୍ଥିତ ଡାର-ଏସ୍‌-ସଲାମର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାଇନାନ୍ସ ମ୍ୟାନେଜମେଣ୍ଟ (ଆଇଏଫ୍‌ଏମ୍‌) ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଆଇଏଫ୍‌ଏମ୍‌ ହେଉଛି ଡାର-ଏସ୍‌-ସଲାମ, ତାଞ୍ଜାନିଆର ଏକ ସରକାରୀ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଯାହା ବ୍ୟାଙ୍କିଙ୍ଗ୍‌, ବୀମା, ସାମାଜିକ ସୁରକ୍ଷା, ଟିକସ ଏବଂ ଆକାଉଣ୍ଟିଂ କ୍ଷେତ୍ରରେ ଟ୍ରେନିଂ, ରିସର୍ଚ୍ଚ ଏବଂ ପରାମର୍ଶ ପ୍ରଦାନ କରିବା ପାଇଁ ୧୯୭୨ ମସିହାରେ ପ୍ରତିଷ୍ଠା ହୋଇଥିଲା । ବିଜିୟୁ କୁଳପତି ପ୍ରଫେସର ପି. ପି. ମାଥୁର ଏବଂ ତାଞ୍ଜାନିଆର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାଇନାନ୍ସ ମ୍ୟାନେଜମେଣ୍ଟ (ଆଇଏଫ୍‌ଏମ୍‌)ର ପ୍ରଫେସର ଜୋସେଫଟ୍‌ ଡାନିଏଲ ଲୋଟୋ ଏହି ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି ।

ଏହି ଅବସରରେ ବିଜିୟୁ ରେଜିଷ୍ଟ୍ରାର ପ୍ରଫେସର ବି.କେ. ଦାସ, ବିର୍ଲା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟର ଡିନ୍‌ ପ୍ରଫେସର ପି. ନାୟକ, ବିର୍ଲା ସ୍କୁଲ ଅଫ୍‌ କମର୍ସର ଡିନ୍‌ ପ୍ରଫେସର ସାମସନ ମହାରଣା, ଆଇଏଫ୍‌ଏମ୍‌ର ପ୍ରଫେସର ଟେଡୋ ସଟ୍ଟା, ଆଇଏଫ୍‌ଏମ୍‌ର ବରିଷ୍ଠ ଅଧ୍ୟାପକ ବର୍ଣ୍ଣାଡ ମଞ୍ଜଭା, ବିଜିୟୁର ଆସୋସିଏଟ୍‌ ପ୍ରଫେସର ପି.କେ ସନ୍ନ୍ୟାଲ, ଇଣ୍ଟରନ୍ୟାଶନାଲ ରିଲେସନ୍ସ କମିଟିର ଅଧ୍ୟକ୍ଷ ତଥା ଆସୋସିଏଟ୍‌ ପ୍ରଫେସର ଡଃ ଅର୍ଚ୍ଚନା ଚୈାଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଦୁଇ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିପତ୍ର ଆନ୍ତର୍ଜାତୀୟ ବୁଝାମଣାକୁ ସୁଦୃଢ କରିବା ସହ ରିସର୍ଚ୍ଚ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ ଯାହା ଉଭୟ ଶିକ୍ଷାନୁଷ୍ଠାନ ପାଇଁ ସହାୟକ ହେବ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories