www.samajalive.in
Wednesday, December 10, 2025
23.1 C
Bhubaneswar

ନିଷେଧ ହେବ ଫେସ୍‌ବୁକ୍‌ ଇନଷ୍ଟାଗ୍ରାମ – ୧୦ ଡିସେମ୍ବରରୁ ଆଉ ଏମାନଙ୍କ ପାଇଁ ଚାଲିବନି

ସିଡ୍‌ନୀ – ଅଷ୍ଟ୍ରେଲିଆରେ ନିର୍ଦ୍ଦିଷ୍ଟ ବୟସ ସୀମାଠାରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମ ବନ୍ଦ କରିଦିଆଯିବ । ଫେସ୍‌ବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ମଧ୍ୟ ଏ ବିଷୟରେ ଘୋଷଣା କରିଛି । ନିର୍ଦିଷ୍ଟ ବୟସର ପିଲାମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ପ୍ରଭାବ ବିସ୍ତାର କରୁଥିବା ବେଳେ ଦୈନନ୍ଦିନ କାର୍ଯ୍ୟ ଉପରେ ପ୍ରଭାବ ପକାଉଛି । ଏଥିପାଇଁ ନିର୍ଦ୍ଦିଷ୍ଟ କେତକ ସାମାଜିକ ଗଣମାଧ୍ୟମକୁ ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ବନ୍ଦ କରିବାକୁ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ଅଷ୍ଟ୍ରେଲିଆ ସରକାର ନୂଆ ଆଇନ ଆଣିବା ପାଇଁ ଯାଉଛନ୍ତି । ଫେସ୍‌ବୁକ୍‌ ସହ ଇନଷ୍ଟାଗ୍ରାମ, ଟିକ୍‌ଟିକ୍‌ ଏବଂ ଅନ୍ୟ ସୋସିଆଲ୍‌ ମିଡିଆକୁ ୧୬ ବର୍ଷରୁ କମ୍‌ ବୟସ୍କମାନଙ୍କୁ ହଟାଇ ଦିଆଯିବ । ଡିସେମ୍ବର ୧୦ ତାରିଖରୁ ଏହା କାର୍ଯ୍ୟକାରୀ ହେବ । ସମସ୍ତ ସମାଜିକ ଗଣମାଧ୍ୟମ ପାଇଁ ଏହା ବାଧ୍ୟତାମୂଳକ ହେବ । ଏପରି ନକଲେ କମ୍ପାନୀମାନଙ୍କୁ ଜୋରିମାନା ଦେବା ପାଇଁ ପଡିବ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଅନେକ ସାମାଜିକ ଗଣମାଧ୍ୟ ସ୍ୱଚ୍ଛତା ଆଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହା ସରକାରଙ୍କର ଏକ ଭଲ ପଦକ୍ଷେପ ବୋଲି କୁହଯାଉଛି ।

- Advertisement -

ନ୍ୟୁଜିଲାଣ୍ଡର ସରକାର ମଧ୍ୟ ଏପରି ଆଇନ ଆଣିବା ପାଇଁ ଯାଉଛନ୍ତି । ବିଶ୍ୱର ଅନେକ ଦେଶ ଛୋଟପିଲାଙ୍କୁ ସାମାଜିକ ଗଣମାଧ୍ୟମ ନିଶାଠାରୁ ଦୂରରେ ରଖିବା ପାଇଁ ଏପରି ଆଇନ ପ୍ରଣୟନ କରିବାକୁ ଚିନ୍ତା କରୁଛନ୍ତି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories