ଶୀତଦିନେ ପାଦର କିପରି ନେବେ ଯତ୍ନ

ପାଦ ଫାଟିବା, ଚଲାବୁଲା କଲାବେଳେ ପାଦରେ ଯନ୍ତ୍ରଣା ହେବା ଶୀତଦିନେ ଏକ ସାଧାରଣ ସମସ୍ୟା। ଏଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ କେତୋଟି ସରଳ ଘରୋଇ ଉପଚାର କଲେ ପାଦ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ।

– ଏକ ଛୋଟ ଟବ୍‌ରେ ଗରମ ପାଣି ଭର୍ତ୍ତି କରନ୍ତୁ। ଧ୍ୟାନରେ ରଖିବେ, ଯେପରି ସେଇ ପାଣି ଅଧିକ ଗରମ ନ ହୋଇଥିବ। ସେଥିରେ ଅଧ ଚାମଚ ଲୁଣ ଓ ଅଳ୍ପ ଫେସ୍‌ୱାସ୍ ମିଶାଇ ୨ ପାଦକୁ ୧୫ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖିବେ। ଏପରି କଲେ ପାଦ ନରମ ହେବା ସହ ମୃତକୋଷିକା ମଧ୍ୟ ସହଜରେ ବାହାରିଯାଏ।
–  ଏବେ ଦ୍ବିତୀୟ ପର୍ୟ୍ୟାୟ ହେଲା ପାଦକୁ ଭଲ ଭାବେ ସ୍କ୍ରବ୍ କରିବେ। ବଜାରରୁ ଭଲ କମ୍ପାନୀର ସ୍କ୍ରବ୍ କିଣି ଏହାର ବ୍ୟବହାର କରିପାରନ୍ତି। ଏବେ ପ୍ୟୁମିକ୍‌ ଷ୍ଟୋନ୍‌‌ରେ ପାଦ ତଳ ସଫା କରିବା ଜରୁରୀ।
–  ଯେପରି ତ୍ବଚାରେ ପ୍ୟାକ୍ ଲଗାଉଛନ୍ତି, ଠିକ୍ ସେହିପରି ପାଦରେ ‘ଫୁଟ୍ ମାସ୍କ’ ଲଗାନ୍ତୁ। ଏଥିପାଇଁ ଆବଶ୍ୟକ ସାମଗ୍ରୀମାନ ହେଲା: ୪ ବଡ଼ ଚାମଚ ମହୁରେ ଗୋଟିଏ କଦଳୀକୁ ଭଲଭାବେ ଚକଟିନେବେ। ସେଥିରେ ଲେମ୍ବୁ ଫାଳେ ଚିପୁଡ଼ି ପ୍ୟାକ୍ ଭଳି ପାଦରେ ଲଗାନ୍ତୁ। ୧୦ ମିନିଟ୍ ପରେ ନଖ ଉଷୁମ ପାଣିରେ ପାଦକୁ ଧୋଇନିଅନ୍ତୁ।
–  ପାଦକୁ ନିୟମିତ ଭାବେ ମଏଶ୍ଚରାଇଜ୍ କରି ରଖିଲେ ମଧ୍ୟ ପାଦ ଫଟା ହୋଇନଥାଏ। ବଜାରରେ ମିଳୁଥିବା ପେଟ୍ରୋଲିୟମ୍ ଜେଲି ହେଉ ଅବା ମଏଶ୍ଚରାଇଜର୍ ପାଦରେ ଲଗାଇପାରିବେ। ଶୀତଦିନେ ସବୁ ସମୟ ପାଦମୋଜା ପିନ୍ଧିବା ମଧ୍ୟ ଭଲ

Comments are closed.