ଜନ୍ମାଷ୍ଟମୀ ବିଶେଷ କେକ୍ ‘କାହ୍ନା କେକ୍’

0

ଏଥରକ ଦିଲ୍ଲୀ ଓ ମୁମ୍ବଇର ନାମୀ ରେସ୍ତୋରାଁଗୁଡ଼ିକ ଜୋର୍‌ସୋର୍‌ରେ ଜନ୍ମାଷ୍ଟମୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅଗଷ୍ଟ ୧୫ ଓ ଦଶହରା ପରି ସେଫ୍‌ମାନେ ଏବେ ନୂତନ ଚିନ୍ତାଧାରାର ଉପଯୋଗ କରି ଜନ୍ମାଷ୍ଟମୀ ସ୍ପେଶାଲ୍ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଶୁଦ୍ଧ ଶାକାହାରୀ ସୁଆଦିଆ ବ୍ୟଞ୍ଜନ ଦେଶୀ ଘିଅରେ ପ୍ରସ୍ତୁତ ହେବ ବୋଲି ମୁମ୍ବଇ ରେସ୍ତୋରାଁ ‘ଦ ଫାଇଭ୍ ୱାନ୍‌’ର ସେଫ୍‌ ଅନୁଜ ରାଓ କହିଛନ୍ତି। ଏଥରକର ବିଶେଷ ଆକର୍ଷଣ ହେଉଛି ଜନ୍ମାଷ୍ଟମୀ ସ୍ପେଶାଲ୍ କେକ୍। ଶ୍ରୀକୃଷ୍ଣଙ୍କ ପିଲାଦିନର ବିଭିନ୍ନ ରୂପକୁ ଏହି କେକ୍‌ରେ ଚିତ୍ରାୟିତ କରାଯାଇଥିବାବେଳେ ୯୦୦ ଟଙ୍କାରୁ ୪,୫୦୦ ଟଙ୍କା ପର୍ଯ୍ୟନ୍ତ ଏଗୁଡ଼ିକର ମୂଲ୍ୟ ରହିଛି। ଲୋକେ ଏଇ କେକ୍‌କୁ ‘କାହ୍ନା କେକ୍’ ନାମକରଣ କରିସାରିଲେଣି। ସଂଖ୍ୟାଧିକ ଗ୍ରାହକ ପୂର୍ବରୁ ବରାଦ୍ ଦେଇସାରିଛନ୍ତି। ରେସ୍ତୋରାଁ ସେଫ୍ ବିଭିନ୍ନ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରୁଥିବାବେଳେ ମୁଖ୍ୟ ଆକର୍ଷଣରେ ରହିଛି ‘ଖିରି’ ଓ ଅନ୍ୟ ଏକ ମିଠା ବ୍ୟଞ୍ଜନ ‘ପଞ୍ଜିରି’।

kalyan agarbati
Leave A Reply