www.samajalive.in
Monday, December 8, 2025
14.1 C
Bhubaneswar

ଏକ ତରଫା ପ୍ରେମକୁ ନେଇ ଶିକ୍ଷୟିତ୍ରୀଙ୍କ ଦେହରେ ନିଆଁ ଲଗାଇଥିଲା ବିବାହିତ ବ୍ୟକ୍ତି; ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୀଡ଼ିତା

ୱାର୍ଦ୍ଧା: ଏକ ତରଫା ପ୍ରେମକୁ ନେଇ ଆକ୍ରମଣର ଶିକାର ହୋଇଥିବା ମହାରାଷ୍ଟ୍ରର ୱାର୍ଦ୍ଧା ସ୍ଥିତ ହିଙ୍ଗନଘାଟର ଶିକ୍ଷୟିତ୍ରୀ ଶେଷରେ ସୋମବାର ଆଖି ବୁଜିଛନ୍ତି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡାକ୍ତରଖାନାରେ ସପ୍ତାହେ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ୩ ଫେବୃଆରୀରେ ଏକତରଫା ପ୍ରେମକୁ ନେଇ ଭିକି ନଗରାଲେ(୨୭) ନାମକ ଜଣେ ବିବାହିତ ବ୍ୟକ୍ତି ଶିକ୍ଷୟିତ୍ରୀଙ୍କୁ ଜିଅନ୍ତା ଜାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲା। ଅର୍ଦ୍ଧଦଗ୍ଧ ଅବସ୍ଥାରେ ପୀଡ଼ିତାଙ୍କୁ ନାଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ଡାକ୍ତରଙ୍କ କହିବାନୁସାରେ, ଏହି ଆକ୍ରମଣରେ ପୀଡ଼ିତା ନିଜ ଦୃଷ୍ଟି ଶକ୍ତି ହରାଇ ଦେଇଥିଲେ ଓ ସେ ୪୦ ପ୍ରତିଶତ ପୋଡ଼ି ଯାଇଥିଲେ।

- Advertisement -

ଅନ୍ୟପକ୍ଷରେ, ମାମଲାକୁ ଗମ୍ଭୀରତାର ସହ ନେଇ ମହାରାଷ୍ଟ୍ର ସରକାର ପୀଡ଼ିତାଙ୍କ ପକ୍ଷ ଲଢିବାକୁ ବିଶେଷ ସରକାରୀ ଓକିଲ ଉଜ୍ଜ୍ଵଲ୍ ନିକମଙ୍କୁ ନିଯୁକ୍ତ କରିଛନ୍ତି। ସୂଚନା ଅନୁସାରେ, ଅଭିଯୁକ୍ତ ଓ ମହିଳା ପରସ୍ପରକୁ ଜାଣିଥିଲେ। ବିବାହିତ ଅଭିଯୁକ୍ତ ଭିକି ବାରମ୍ବାର ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ହେଲେ ମହିଳା ତା’ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଫଳରେ ଉତ୍ତ୍ୟକ୍ତ ଭିକି ମହିଳାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲା। ମାମଲାର ତୁରନ୍ତ ତଦନ୍ତ କରି ପୁଲିସ ଭିକିକୁ ଗିରଫ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories