ବୁର୍ଲା : ବୁର୍ଲା ଭିମସାରରୁ ରୋଗୀ ସମ୍ପର୍କିୟଙ୍କ ବାଇକ, ମୋବାଇଲ ଫୋନ ଏବଂ ଟଙ୍କା ପଇସା ଚୋରୀ ହେବା ଘଟଣା ଏକ ନିତ୍ୟ ପ୍ରତଦିନ ଘଟଣା । ଏପରିକି ଆକ୍ରମଣ କରି ରୋଗୀ ସମ୍ପର୍କିୟଙ୍କ ଠାରୁ ଟଙ୍କା ପଇସା ତଥା ମୋବାଇଲ ଫୋନ ଲୁଟି ଫେରାର ମାରିବା ଅନେକ ଘଟଣା ଭବିଷ୍ୟତରେ ଘଟି ଥିବାର ଦୃଷ୍ଟାନ୍ତ ମାନ ରହିଛି । ତେବେ ଏହା ଉପରେ ବିରାମ ଲଗାଇବାରେ ବର୍ତ୍ତମାନ ସୁଦ୍ଧା କାବୁ କରାଯାଇ ପାରି ନାହିଁ । କେତେକ ଘଟଣାରେ ଚୋର ଧରା ପଡୁଥିବା ବେଳେ କେତେକ ଘଟଣାରେ ଚୋରକୁ ଧରିବାରେ ପୁଲିସ ସମର୍ଥ ହୋଇ ପାରୁ ନାହିଁ ।
ଠିକ ସେହିପରି ଗତକାଲି ରାତିରେ ଜଣେ ରୋଗୀ ସମ୍ପର୍କିୟଙ୍କ ପକେଟ୍ କାଟି ଲୁଟ କରୁଥିବା ସମୟରେ ଚୋରକୁ କାବୁ କରାଯାଇଛି। ପୁଲିସ ଚୋରକୁ ବାନ୍ଧି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ଗିରଫ ଯୁବକ ଜଣକ ବୁର୍ଲା ପଠାନବନ୍ଧ ଅଞ୍ଚଳର ଅନିଲ ସୁନା(୨୭) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ତେବେ ପୁଲିସ ସୂଚନା ମତେ ଅନିଲ ଗତକାଲି ରାତିରେ ମେଡିକାଲ ମେଡିସିନ ବିଭାଗ କୋଠାରେ ଜଣେ ରୋଗୀ ସମ୍ପର୍କିୟ ରାତିରେ ଶୋଇଥିବା ବେଳେ ଅନିଲ ତାଙ୍କ ପକେଟ କାଟି ଟଙ୍କା ଲୁଟ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ କାବୁ କରିଥିଲେ । ଏହାପରେ ଫାଣ୍ଡି ପୁଲିସକୁ ସୂଚନା ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅନିଲକୁ ବୁର୍ଲା ମେଡ଼ିକାଲ ଫାଣ୍ଡି ପୁଲିସ ଗିରଫ୍ କରିଥିଲା ।



