ଜିଓକୁ ଟକ୍କର ଦେଲା ବିଏସ୍ଏନ୍ଏଲ, ବର୍ଷିକିଆ ଡାଟା ପ୍ୟାକ୍ ଅଫର
ନୂଆଦିଲ୍ଲୀ : ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ବର୍ଷିକିଆ ନୂତନ ଡାଟା ପ୍ଲାନ ବଜାରକୁ ଛାଡିଛି। ଏହି ଡାଟା ପ୍ଲାନର ମୂଲ୍ୟ ୧,୯୯୯ ଟଙ୍କା ରହିଛି। କମ୍ପାନୀ ଏହି ପ୍ଲାନ ପ୍ରଥମେ ତାମିଲନାଡୁ ପାଇଁ ଉପଲବ୍ଧ ରଖିଛି। ଏହି ପ୍ଲାନରେ ଗ୍ରାହକ ଦିନକୁ ଦୁଇ ଜିବି ଡାଟା, ଅନଲିମିଟେଡ କଲ, ଦିନକୁ ୧୦୦ ମେସେଜ୍ ଆଦି ସୁବିଧା ପାଇବେ। କେବଳ ପ୍ରିପେଡ ବ୍ୟବାହାରକାରୀ ହିଁ ଏହାର ସୁବିଧା ନେଇପାରିବେ। ବିଏସଏନଏଲର ଏହି ପ୍ଲାନ ଜିଓର ୧,୯୯୯ର ପ୍ଲାନ ସହିତ ଟକ୍କର ଦେବ ବୋଲି କୁହାଯାଉଛି।
ଏହି ପ୍ଲାନ ଅବଧି ଜୁନ ୨୫ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ରହିଛି। କମ୍ପାନୀ ଗ୍ରାହକଙ୍କୁ ଏହି ପ୍ଲାନରେ ଦିନକୁ ୨ଜିବି ଡାଟା ଦେବା ସହ ବର୍ଷକୁ ୭୩୦ ଜିବି ଡାଟା ଦେଉଛି। ଏହା ବ୍ୟତୀତ ଦିନକୁ ୧୦୦ ମେସେଜ ପଠାଇବା ପାଇଁ ସୁବିଧା ରହିଛି। ଉଲ୍ଲେଖ ଯେ ରିଲାଏନ୍ସ ଜିଓର ୧,୯୯୯ ପ୍ଲାନର ବିଧି ୧୮୦ ଦିନ ପ୍ରଯ୍ୟନ୍ତ ରହିଛି। ଏହି ପ୍ଲାନରେ ଜିଓ ଦିନକୁ ୧.୨୫ଜିବି ଡାଟା ସହ ଦିନକୁ ୧୦୦ ମେସେଜ ସୁବିଧା ପ୍ରଦାନ କରୁଛି। ନୂଆ ପ୍ଲାନ୍କୁ ତୁଳନା କଲେ ବିଏସଏନଏଲ ଜିଓଠାରୁ ଆଗରେ ରହିଛି।