www.samajalive.in
Sunday, December 7, 2025
23.1 C
Bhubaneswar

ବ୍ରୋକଲି ପନୀର ଟିକ୍କା

ଆବଶ୍ୟକ ସାମଗ୍ରୀ :

ବ୍ରୋକଲି

- Advertisement -

ପନୀର

ପିଆଜ, ରସୁଣ

କଞ୍ଚା ଲଙ୍କା

ଓଟସ୍

ତେଲ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଗ୍ୟାସରେ ଏକ କଡେଇ ବସାଇ ଗରମ କରନ୍ତୁ। କଡେଇ ଗରମ ହେବା ପ​‌ରେ ସେଥିରେ ପିଆଜ, ରସୁଣ ଓ କଞ୍ଚା ଲଙ୍କା ପକାଇ ୨ମିନିଟ ଭାଜନ୍ତୁ। ତାପରେ ସେଥିରେ କାଟିଥିବା ବ୍ରୋକଲି ଓ ଲୁଣ ପକାଇ ୫ମିନିଟ ଭାଜନ୍ତୁ। ନିର୍ଦ୍ଧାରିତ ସମୟ ପରେ ଗ୍ୟାସ ବନ୍ଦ କରି ବ୍ରୋକଲିକୁ ଏକ ପାତ୍ରକୁ କାଢି ରଖି ଦିଅନ୍ତୁ। ତାପରେ ସେହି ବ୍ରୋକଲିରେ ଓଟସ୍‌ ଓ ପନୀର ନେଇ ଭଲ ଚକଟି ମିଶ୍ରଣ ପ୍ରସ୍ତୁତ କରନ୍ତୁ। ସେହି ମିଶ୍ରଣକୁ ବଲ ଆକୃତିର କରି ରଖି ଦିଅନ୍ତୁ। ତାପରେ ଗ୍ୟାସରେ ତାୱା ବସାଇ ତେଲ ପକାଇ ଗରମ କରନ୍ତୁ। ତାୱା ଗରମ ହୋଇଗଲା ପରେ ରଖିଥିବା ବଲକୁ ପକାଇ ସେକି ଦିଅନ୍ତୁ। ଉଭୟ ପାର୍ଶ୍ବ ଭଲ ଭାବେ ସେକି ହୋଇଗଲେ ତାକୁ ପାତ୍ରକୁ କାଢି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ବ୍ରୋକଲି ପନୀର ଟିକ୍କା। ଏହାକୁ ଟମାଟୋ ଓ ଚିଲ୍ଲି ସସ୍ ସହ ଖାଇପାରିବେ।

 

 

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories