www.samajalive.in
Tuesday, December 9, 2025
26.1 C
Bhubaneswar

ସୃଷ୍ଟିର ରଚନାକର୍ତ୍ତା ବ୍ରହ୍ମାଙ୍କ ସହ ଜଡିତ କିଛି ରୋଚକ ତଥ୍ୟ

ହିନ୍ଦୁ ଧର୍ମରେ ତ୍ରିଦେବ କହିଲେ ବ୍ରହ୍ମା, ବିଷ୍ମୁ ଓ ମହେଶ୍ବରକୁ ବୁଝାଯାଏ। ଦେଖିବାକୁ ଗଲେ ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ମୁ ସୃଷ୍ଟିର ପାଳନକର୍ତ୍ତା ଓ ମହେଶ୍ବର ସଂହାରକର୍ତ୍ତା। ପୃଥିବୀରେ ପାପର ଭାର ବଢିଗଲେ ଭଗବାନ ମହେଶ୍ବର ବିଭିନ୍ନ ରୂପ ନେଇଥାଆନ୍ତି।

ଦେଖିବାକୁ ଗଲେ ଭଗବାନ ବିଷ୍ମୁ ଓ ମହେଶ୍ବରଙ୍କର ସମଗ୍ର ଦୁନିଆରେ ଅଧିକାଂଶ ମନ୍ଦିର ରହିଛି। କିନ୍ତୁ ବ୍ରହ୍ମାଙ୍କର ସମଗ୍ର ବିଶ୍ବରେ ମାତ୍ର ୩ଟି ମନ୍ଦିର ରହିଛି। ବେଳେବେଳେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ବିଶ୍ବ​‌ରେ ଭଗବାନ ବିଷ୍ଣୁ ଓ ଶିବଙ୍କର ଅନେକ ମନ୍ଦିର ରହିଥିବା ବେଳେ ବ୍ରହ୍ମାଙ୍କର ମାତ୍ର ତିନୋଟି ମନ୍ଦିର କାହିଁକି ରହିଛି। ଆସନ୍ତୁ ଜାଣିବା ସୃଷ୍ଟିର ରଚନାକର୍ତ୍ତା ବ୍ରହ୍ମାଙ୍କ ସହ ଜଡିତ କିଛି ରୋଚକ ତଥ୍ୟ ସମ୍ବନ୍ଧରେ ..

- Advertisement -

ପୌରାଣିକ କଥା ଅନୁଯାୟୀ, ଥରେ ବ୍ରହ୍ମାଙ୍କ ମନରେ ଧରିତ୍ରୀ ବା ପୃଥିବୀର ମଙ୍ଗଳ ପାଇଁ ଯଜ୍ଞ କରିବା ପାଇଁ ବିଚାର ଆସିଲା। ସେଥିପାଇଁ ସେ ଉତ୍ତମ ସ୍ଥାନ ଖୋଜିବାକୁ ଲାଗିପଡିଲେ। ତେଣୁ ସ୍ଥାନ ଚୟନ କରିବା ପାଇଁ ସେ ଏକ ପଦ୍ମ ଫୁଲକୁ ପୃଥିବୀକୁ ପଠାଉଥିଲେ। ବ୍ରହ୍ମାଙ୍କ ପଦ୍ମ ଯେଉଁ ସ୍ଥାନରେ ପଡିଥିଲା ସେଠାରେ ତାଙ୍କର ଏକ ମନ୍ଦିର ସ୍ଥାପନ କରାଯାଇଛି।

ସେହି ସ୍ଥାନ ରାଜସ୍ଥାନର ପୁଷ୍କର ଅଟେ। କୁହାଯାଇଛି ଯେ, ପୁଷ୍ପର ଏକ ଅଂଶ ପଡିବାରୁ ସେଠାରେ ଏକ ପୋଖରୀର ନିର୍ମାଣ ହୋଇଥିଲା। ସେଠାକୁ ପ୍ରତିବର୍ଷ ଅନେକ ଶ୍ରଦ୍ଧାଳୁ ଭିଡ ଜମିଥିବାର ପରିଲକ୍ଷିତ ହୋଇଥାଏ। କିନ୍ତୁ ସେଠାରେ କେବେ ବି ବ୍ରହ୍ମାଙ୍କର ପୂଜା କରାଯାଇ ନ ଥାଏ। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ସେହି ମନ୍ଦିର ନିକଟରେ ଏକ ବଡ ମେଳା ଆୟୋଜିତ କରାଯାଇଥାଏ।

Hot this week

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

Related Articles

Popular Categories