www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ନେତାଙ୍କ ଘରେ ମାଓବାଦୀ ଆକ୍ରମଣ; ବିସ୍ଫୋରଣ କରି ଉଡ଼ାଇଲେ ବାସଭବନ

ପାଟନା: ସାଧାରଣ ନିର୍ବାଚନକୁ ବିରୋଧ କରୁଥିବା ମାଓବାଦୀମାନେ ଏବେ ରକ୍ତମୁଖା ହୋଇପଡ଼ିଛନ୍ତି। ଓଡ଼ିଶା, ଛତିଶଗଡ଼ ସୀମାରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇ ଆସୁଥିବାବେଳେ ବିହାରରେ ଜଣେ ବିଜେପି ନେତାଙ୍କ ଘର ଉପରେ ବଡ଼ ଧରଣର ଆକ୍ରମଣ କରିଛନ୍ତି। ବିଜେପି ନେତା ଅନୁଜ କୁମାର ସିଂହଙ୍କ ଡୁମରିଆସ୍ଥିତ ବାସଭବନକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ହୋଇଥିବା ଏହି ବିସ୍ଫୋରଣ ଫଳରେ ଘରର ଅନେକ ଅଂଶ ଉଡିଯାଇଛି। ଆକ୍ରମଣ ପରେ ମାଓବାଦୀମାନେ ସେଠାରେ ଏକ ପୋଷ୍ଟର ଲଗାଇଛନ୍ତି। ନିର୍ବଚାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟରରେ ଦାବି କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇଥିବା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories