www.samajalive.in
Saturday, December 6, 2025
26.1 C
Bhubaneswar

ଗୃହରେ ମୟୂରପୁଚ୍ଛର ଏପରି ବ୍ୟବହାର ଦୂର କରେ ଅନେକ ସମସ୍ୟା

ଶାସ୍ତ୍ରରେ ମୟୂରପୁଚ୍ଛର ବହୁ ବିଶେଷ ଗୁଣ ବିଷୟରେ ଉଲ୍ଲେଖ ରହିଛି। ଏହାରକୁ କିଭଳି ଭାବେ ଗୃହରେ ବ୍ୟବହାର କଲେ ଶୁଭଫଳ ମିଳିଥାଏ, ତାହା ହୁଏତ ସଭିଏଁ ଜାଣି ନଥିବବେ। ଆସନ୍ତୁ ସେ ବିଷୟରେ ଜାଣିବା….
ଯଦି ଆପଣ ଦୁଇଟି ମୟୂରପୁଚ୍ଛ ନିଜର ପୂଜା କକ୍ଷରେ ରଖିବେ ତେବେ ଦାମ୍ପତ୍ୟ ଜୀବନ ସର୍ବଦା ସୁଖମୟ ହେବ।
ବେଳେବେଳେ ଗୃହରେ ଥିବା ବାସ୍ତୁ ଦୋଷ କାରଣରୁ ଘରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହି ସମସ୍ୟାର ସମାଧାନ ପାଇଁ ଆପଣ ନିଜ ପୂଜା କକ୍ଷରେ ୫ଟି ମୟୂରପୁଚ୍ଛ ରଖନ୍ତୁ। ଏହା ଶୁଭଫଳ ପ୍ରଦାନ କରିଥାଏ।
ଯଦି ଆପଣଙ୍କ ଗୃହର ମୁଖ୍ୟ ଦ୍ୱାର ପୂର୍ବ, ଉତ୍ତର, ଐଶାନ୍ୟ ଦିଗରେ ନଥାଏ ତେବେ ମୁଖ୍ୟ ଦ୍ୱାରରେ ମୁଦ୍ରା ଢଙ୍ଗରେ ବସିଥିବା ପ୍ରଭୁ ଗଣେଶ ମୂର୍ତ୍ତି କିମ୍ବା ଫଟୋ ଲଗାଇ ତାଙ୍କ ମସ୍ତକରେ ୩ଟି ମୟୂରପୁଚ୍ଛ ଲଗାନ୍ତୁ। ଏପରି କରିବା ଦ୍ୱାରା ମୁଖ୍ୟଦ୍ୱାର ସହ ସମ୍ବନ୍ଧିତ ବାସ୍ତୁଦୋଷ ଦୂର ହୋଇଥାଏ।
କେତୋଟି ମୟୂରପୁଚ୍ଛକୁ ମିଶାଇ ବଜାରରେ ମିଳୁଥିବା ୭ କିମ୍ବା ୯ଟି ଗୋଲ ଲାଲ ରଙ୍ଗର ଏକ ପଙ୍ଖାକୁ ଶୁକ୍ଳପକ୍ଷ ଦିନ ନିଜ ପୂଜାକକ୍ଷରେ ଲଗାଇ ଦିଅନ୍ତୁ। ଏକ ସପ୍ତାହ ପରେ ଏହାକୁ ନିଜ ଶୋଇକକ୍ଷରେ ଖଟର ପଛ ପଟ କାନ୍ଥରେ ସଜାଇବା ଭଳି ଲଗାଇ ଦେବେ। ଏପରି କରିବା ଦ୍ୱାରା ଗୃହରେ ସର୍ବଦା ଶାନ୍ତିର ବାତାବରଣ ରହିଥାଏ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ସୁସମ୍ପର୍କ ରହିଥାଏ।
ଯଦି ଆପଣଙ୍କ ଘରେ ସଦସ୍ୟଙ୍କ ସର୍ବଦା କିଛି ନା କିଛି ରୋଗ ଲାଗି ରହୁଥାଏ ,ତେବେ ଏକ ମୟୂରପୁଚ୍ଛକୁ ଆପଣ ନିଜର ମେଡ଼ିକାଲ ରିର୍ପୋଟ ରଖୁଥିବା ଫାଇଲ ମଧ୍ୟରେ ରଖି ଦିଅନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଯେଉଁଠାରେ ମୟୂରପୁଚ୍ଛ ରହିଥାଏ ସେଠାରେ କୌଣସି କୀଟପତଙ୍ଗ ଯେପରି ଝିଟିପିଟି, ଅସରପା ଆଦି ରହି ନଥାଆନ୍ତି।
ଯଦି ଟଙ୍କାପଇସା ଜନିତ ସମସ୍ୟା ଲାଗି ରହିଥାଏ, ତେବେ ଗୃହର ଆଗ୍ନେୟ କୋଣରେ ଥିବା କାନ୍ଥରେ ଶୁକ୍ଳପକ୍ଷ ଦିନ ମୟୂରପୁଚ୍ଛ ଲଗାନ୍ତୁ। ଏପରି କରିବା ଦ୍ୱାରା ଧନସମ୍ପତ୍ତି ଜନିତ ସମସ୍ୟା ଦୂର ହୋଇଥାଏ।
ଘରେ ଯଦି ଛୋଟ ଛୁଆ କିମ୍ବା ନବଜାତ ଶିଶୁ ଥିବେ, ହଠାତ ଡ଼ରି ଯାଇ ହେଉ ବା କୌଣସି କାରଣରୁ ଅଧିକ କାନ୍ଦିବାକୁ ଆରମ୍ଭ କରିଥାଆନ୍ତି ତେବେ ତାଙ୍କ ମୁଣ୍ଡ ତଳେ ଏକ ମୟୂରପୁଚ୍ଛ ରଖି ଦିଅନ୍ତୁ। ଏହା ଖୁବ ଉତ୍ତମ ଫଳ ପ୍ରଦାନ କରିଥାଏ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories