ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ବୀରନରସିଂହପୁର ନିକଟସ୍ଥ ତିନିପୁଲିଆ ଠାରେ ଗୁରୁବାର ଦିନ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ ଚାଳକ ଗୁୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବାଉଁଶୁଣୀର ଭାଗୀରଥି ବାଦୀ (୩୩) ଭୁବନେଶ୍ୱରରୁ ନିଜ ଗ୍ରାମ ବାଉଁଶୁଣୀକୁ ଏକ ମଟରସାଇକେଲେ ଯୋଗେ ଆସୁଥିବା ବଳେ ଦିନ ପ୍ରାୟ ୨ ଟା ସମୟରେ ବୀରନରସିଂହପୁର ନିକଟସ୍ଥ ତିନିପୁଲିଆଠାରେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯିବା ଯୋଗୁଁ ତାଙ୍କର ଡାହଣ ଗୋଡର ଜଙ୍ଘ ଭାଙ୍ଗି ଯିବା ସହ ଶରୀରରେ ଆଘାତ ଲାଗିଥିଲା। ରାସ୍ତାରେ ଯାଉଥିବା ସ୍ଥାନୀୟ ଜନସାଧାରଣ ସେଠାରେ ପହଞ୍ଚି ତାଙ୍କୁ ବୌଦ୍ଧ ମେଡିକାଲକୁ ପଠାଇଥିଲେ। କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାହାରକୁ ପଠାଯାଇଥିବା ଜଣାପଡ଼ିଛି। ଖବର ପାଇ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
Popular Categories



