ବୌଦ୍ଧ: ବୌଦ୍ଧ ସେବିକା ପ୍ରଶିକ୍ଷଣ କେନ୍ଦ୍ରଠାରେ ଗୁରୁବାର ଦିନ ଆନ୍ତର୍ଜତିକ ସେବିକା ଦିବସ ପାଳିତ ହୋଇଯାଇଛି। ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷା ରୀତାଞ୍ଜଳି ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ନିଜେ ସୁସ୍ଥ ରହି ସମାଜକୁ ସୁସ୍ଥ ରଖିବା ଓ ନିସ୍ୱାର୍ଥପର ଭାବେ ସେବା କରିବାକୁ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଡ. କିଶୋର ଚନ୍ଦ୍ର ପଟାନାୟକ, ଡ.ବିକୌରସିଦେଓ ହେମ୍ରମ, ଡ. ପ୍ରଦୋଷ ମହାପାତ୍ର, ଡେପୁଟି କେଲକଟର ଅବନୀକାନ୍ତ ସାହୁ ଯୋଗ ଦେଇ ଆନ୍ତର୍ଜାତିକ ସେବିକା ଦିବସ ଉପରେ ଆଲୋକପାତ କରିଥିଲେ।
ଏହା ସହ ସେବିକାମାନେ ସମାଜରେ ନିଜର ଏକ ସ୍ୱତନ୍ତ୍ରତା ବଜାୟ ରଖିଛନ୍ତି ଓ ସେମାନେ ସେବାର ପ୍ରତୀକ ହୋଇଥିବାରୁ ସମାଜପ୍ରତି ସେମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ଅତିଥି ମାନେ ମଧ୍ୟ ମତ ପ୍ରକାଶ କରିଥିଲେ। ଏହି ଅବସରରେ ସେବାର ପ୍ରତୀକ ଫୋ୍ଲରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମ ଉତ୍ସବ ପାଳନ କରାଯିବା ସହିତ ପ୍ରଶିକ୍ଷଣ ନେଉଥିବା ସେବିକାମାନେ ଜଳନ୍ତା କ୍ୟାଣ୍ଡେଲ ଧରି ଦେଶସେବା ପାଇଁ ଶପଥପାଠ କରିଥିଲେ। ଆଲୋଚନା ସଭା ପରେ ପ୍ରଶିକ୍ଷଣ କେନ୍ଦ୍ର ସେବିକା ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଅତିଥିମାନଙ୍କ ଦ୍ୱାରା କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।



