www.samajalive.in
Monday, December 15, 2025
27.1 C
Bhubaneswar

ଆଉ ନାହାନ୍ତି ଜ୍ୟୋତିର୍ବିଦ ଅମରେନ୍ଦ୍ର ମିଶ୍ର

ବଲାଙ୍ଗିର: ସହରର ପ୍ରଖ୍ୟାତ ଜ୍ୟୋତିର୍ବିଦ ଅମରେନ୍ଦ୍ର ମିଶ୍ର ଆଉ ନାହାନ୍ତି। ଗୁରୁବାର ସନ୍ଧ୍ୟା ପ୍ରାୟ ୫.୧୫ ସମୟରେ ତାଙ୍କର ଦେହାନ୍ତ ଘଟିଛି। ଚାରି ବର୍ଷ ତଳେ ମସ୍ତିଷ୍କ ଘାତ ହେବା ପରେ ସେ ନିଜ ଠିକାଦାର ପଡା ଘରେ ରହି ଚିକିତ୍ସିତ ହେଉଥିଲେ। ଦୁଇ ଦିନ ତଳେ ତାଙ୍କର ଅବସ୍ଥା ଗୁରୁତର ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା। ମୃତ୍ୟୁ ସମୟରେ ତାଙ୍କୁ ୭୫ ବର୍ଷ ହୋଇଥିଲା। ଶେଷ ସମୟରେ ସହଧାର୍ମିଣୀ ଜନକ, ପୁତ୍ର ସ୍ମାରକ, ପୁତ୍ରବଧୁ ଯସ୍ମୀନୀ, ଭାଇ ସୁଜ୍ଞାନେନ୍ଦ୍ର, ସୁଧୀର, ଶୈଳେନ୍ଦ୍ର ଓ ଧର୍ମେନ୍ଦ୍ର ଉପସ୍ଥିତ ଥିଲେ।

ପାର୍ଥିବ ଶରୀରର ଅନ୍ତେଷ୍ଟି କ୍ରିୟା ବିଭୁତି ପଡା ସ୍ଥିତ ସ୍ୱର୍ଗଦ୍ୱାର ଠାରେ କରାଯାଇଥିବା ବେଳେ ପୁତ୍ର ସ୍ମାରକ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ଅମରେନ୍ଦ୍ର ମିଶ୍ର ତରଭା ବ୍ଲକ ସରଗଜ ଗ୍ରାମରେ ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ନିଜସ୍ୱ ଉଦ୍ୟମ ଓ କଠିନ ପରିଶ୍ରମ ବଳରେ ସେ ନିଜ ଗ୍ରାମ ସରଗଜ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ହୋଇ ପାରିଥିଲେ। ପରେ ବଲାଙ୍ଗୀର ପି ପି ଏକାଡେ଼ମୀ ସ୍କୁଲରେ ଦୀର୍ଘ ସମୟର ଶିକ୍ଷକତା ପରେ ପ୍ରଧାନଶିକ୍ଷକ ହୋଇ ଶିକ୍ଷକତା ଜୀବନର ଅନ୍ତ କରିଥିଲେ। ସ୍କୁଲର ଉନ୍ନତି ପାଇଁ ତାଙ୍କର ପ୍ରଚେଷ୍ଟା ତାଙ୍କ ପାଇଁ ବିଭିନ ସରକାରୀ ସମ୍ମାନ ଆଣି ଦେଇଥିଲା। ଚାକିରୀ ପରବର୍ତ୍ତୀ ଜୀବନରେ ସେ ଆଖ ପାଖ ଅଞ୍ଚଳର ଏକ ପ୍ରଖ୍ୟାତ ଜ୍ୟୋତିର୍ବିଦ ହୋଇ ପାରିଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ତାଙ୍କର ବେଶ ସୁଖ୍ୟାତି ରହିଥିଲା। ଏଭଳି ଜଣେ ବ୍ୟକ୍ତିଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories