ବୋଧଗୟା ବୋମା ବିସ୍ଫୋରଣ ଘଟଣା : ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

0

prayash

ପାଟନା : ପାଟନାର ସ୍ୱତନ୍ତ୍ର ଏନ୍‍ଆଇଏ କୋର୍ଟ ୨୦୧୩ ବୋଧଗୟା କ୍ରମାଗତ ବୋମା ବିସ୍ଫୋରଣ ଘଟଣାର ସମସ୍ତ ୫ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।  ଗତ ମାସ ୨୫ ତାରିଖରେ କୋର୍ଟ ୫ ଜଣଯାକ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବିଚାରପତି ମନୋଜ କୁମାର ସିହ୍ନା ରାୟ ଘୋଷଣା କରିଛନ୍ତି।

ବିସ୍ଫୋରଣରେ ଦୁଇ ଜଣ ବୌଦ୍ଧ ସନ୍ନ୍ୟାସୀ ଓ ଅନ୍ୟ କିଛି ଲୋକ ଆହତ ହୋଇଥିଲେ। ୨୦୧୪ ଜୁନ୍‍ ୩ ତାରିଖରେ ଏନ୍‍ଆଇଏ ଅଭିଯୋଗପତ୍ର ଦାଏର କରିଥିଲା। ତିନି ଜଣ ଦୋଷୀ ବ୍ୟକ୍ତି ହାଇଦର ଅଲ୍ଲୀ ଓରଫ୍‍ ବ୍ଲାକ୍‍ ବିଉଟି, ଇମତିଆଜ୍‍ ଅନ୍‍ସାରୀ ଓ ମୁଜିବୁଲ୍ଲା ଅନ୍‍ସାରୀ ରାଞ୍ଚିର ହୋଇ  ଥିବାବେଳେ ଅନ୍ୟ ଦୁଇ ଜଣ ଉମର ସିଦ୍ଦିକି ଓ ଅଜହର କ୍ୟୁରେସି ଛତିଶଗଡ଼ର ବାସିନ୍ଦା।  ୨୦୧୩ ଜୁଲାଇ ୭ ତାରିଖରେ ମହାବୋଧି ମନ୍ଦିରଠାରେ ୧୦ଟି ସିଲିଣ୍ଡର ବୋମାର କ୍ରମାଗତ ବିସ୍ଫୋରଣ ଘଟିଥିଲା। ଆଉ ୩ଟି ବୋମାକୁ ଉଦ୍ଧାର କରାଯାଇ  ପରେ ନିଷ୍କ୍ରିୟ କରାଯାଇଥିଲା। ଦୋଷୀ ବ୍ୟକ୍ତିମାନେ ୨୦୧୩ ଅକ୍ଟୋବର ୨୭ ଗାନ୍ଧି ମୈଦାନ ବୋମା ବିସ୍ଫୋରଣ ମାମଲାରେ ମଧ୍ୟ ଅଭିଯୁକ୍ତ ଥିବା ଜରାପଡିଛି।

Leave A Reply