www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱର ସର୍ବୋଚ୍ଚ ବେତନ ପ୍ରାପ୍ତ ଅଭିନେତା…ଜାଣନ୍ତୁ ବାର୍ଷିକ ରୋଜଗାର କେତେ

ନୂଆଦିଲ୍ଲୀ : ଫିଲ୍ମ ଇଣ୍ଡଷ୍ଟ୍ରି ବିଶ୍ୱର ବୃହତ୍ତମ ଇଣ୍ଡଷ୍ଟ୍ରି ମଧ୍ୟରୁ ଅନ୍ୟତମ । ପ୍ରତିବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ହଜାର ହଜାର କୋଟିର ବ୍ୟବସାୟ କରେ। କିନ୍ତୁ କେବେ ଭାବିଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାରମାନେ କେତେ ରୋଜଗାର କରନ୍ତି। ଦୁନିଆର ସର୍ବାଧିକ ରୋଜଗାର କରୁଥିବା ଅଭିନେତା କିଏ? ସେ ଗୋଟିଏ ବର୍ଷ ପାଇଁ କେତେ ରୋଜଗାର କରନ୍ତି? ତେବେ ଆସନ୍ତୁ ଜାଣିବା ବିଶ୍ବର ସର୍ବୋଚ୍ଚ ବେତନ ପ୍ରାପ୍ତ ଅଭିନେତାଙ୍କ ବିଷୟରେ…

୨୦୨୦  ବର୍ଷର ରୋଜଗାର ଦୃଷ୍ଟି କୋଣରୁ ଦେଖିଲେ ଜଣାଯାଏ ଯେ, ଆମେରିକୀୟ ଅର୍ଥାତ୍ ହଲିଉଡ ଅଭିନେତା ଡ୍ୱେନ ଜନସନ ହେଉଛନ୍ତି ଗୋଟିଏ ବର୍ଷରେ ସର୍ବାଧିକ ବେତନ ପ୍ରାପ୍ତ ଅଭିନେତା। ଡବ୍ଲ୍ୟୁଡବ୍ଲ୍ୟୁଇ (WWE)ରେ ବାଜି ମାରୁଥିବା ଡ୍ୱେନ ବର୍ତ୍ତମାନ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ନିକଟରେ ତାଙ୍କ ଫିଲ୍ମ ଜୁମାନଜୀ – ଦି ନେକ୍ସଟ୍ ଲେଭଲ୍ ମଧ୍ୟ ରିଲିଜ୍ ହୋଇଥିଲା। ଫୋର୍ବସ୍ ପକ୍ଷରୁ ଜାରି ହୋଇଥିବା ୨୦୨୦  ସର୍ବୋଚ୍ଚ ବେତନ ପ୍ରାପ୍ତ ଅଭିନେତାଙ୍କ ତାଲିକାରେ ଡ୍ୱେନ ଏକ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କର ଏକ ବର୍ଷର ରୋଜଗାର ହେଉଛି ୮୭.୫ ମିଲିୟନ ଡଲାର। ଯଦି ଏହାକୁ ଭାରତୀୟ ଟଙ୍କାରେ ହିସାବ କରାଯାଏ, ତେବେ ଏହାର ମୂଲ୍ୟ ପ୍ରାୟ ୬୫୬ କୋଟି ।

- Advertisement -

ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଡ୍ୱେନ ଜନସନ ଏହି ପଦବୀ ହାସଲ କରିଛନ୍ତି। ଏହା ପୂର୍ବରୁ ୨୦୧୯ରେ ମଧ୍ୟ ଡ୍ୱେନ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଥିଲେ। ଯଦି ଆମେ ଏହି ବର୍ଷର ରୋଜଗାର ବିଷୟରେ କହିବା, ତେବେ ନେଟଫ୍ଲିକ୍ସ ସର୍ବାଧିକ ଟଙ୍କା ଦେଇଛି। ଡୱେନଙ୍କ ଆଗାମୀ ଚଳଚ୍ଚିତ୍ର ରେଡ ନୋଟିସ ପାଇଁ ନେଟଫ୍ଲିକ୍ସ ୨୩.୫ ମିଲିୟନ ଡଲାର ଦେଇଛି। ଏହା ବ୍ୟତୀତ ଡ୍ୱେନ ଅନ୍ୟ ଦୁଇଟି ପ୍ରୋଜେକ୍ଟ ‘ଆର୍ମର୍ ଲାଇନ୍’ ଏବଂ ‘ପ୍ରୋଜେକ୍ଟ ରକ୍’ ମାଧ୍ୟମରେ ମଧ୍ୟ ଭଲ ଆୟ କରିଛନ୍ତି।

ସେହିପରି ଯଦି ଆମେ ଭାରତୀୟ କଳାକାରଙ୍କ ବିଷୟରେ କଥା ହେବା, ତେବେ ଏହି ତାଲିକାରେ କେବଳ ଅକ୍ଷୟ କୁମାରଙ୍କ ନାମ ରହିଛି। ଅକ୍ଷୟଙ୍କ ଆୟ ପ୍ରାୟ ୩୦୦ କୋଟି। ସେ ଏହି ତାଲିକାର ୬ ନମ୍ବର ସ୍ଥାନରେ ରହିଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ସେ ବିଭିନ୍ନ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ବହୁତ ଟଙ୍କା ରୋଜଗାର କରିଛନ୍ତି। ଏଥି ସହିତ ସେ ଆଗାମୀ ସମୟ ପାଇଁ ଅନେକ ଚଳଚ୍ଚିତ୍ରରେ ଦସ୍ତଖତ କରିଛନ୍ତି।

୨୦୧୯ରେ ବକ୍ସ ଅଫିସରେ ଅଧିକ ଆୟ କରିଥିବା ଫିଲ୍ମ ହେଉଛି ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର’ । ଏହି ଫିଲ୍ମ ପ୍ରାୟ ୪୭୫ କୋଟି ଆୟ କରିଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories