www.samajalive.in
Saturday, December 13, 2025
26.1 C
Bhubaneswar

ଝିଅ ଜନ୍ମହେବାରୁ ସ୍ତ୍ରୀ ଦେହରେ ନିଆଁ ଲଗାଇ ହତ୍ୟା କଲା ସ୍ବାମୀ

ସମାଜ ଡିଜିଟାଲ ଡେସ୍କ: ଝିଅ ଜନ୍ମ ଦେବାରୁ ସ୍ତ୍ରୀକୁ ପୋଡ଼ି ହତ୍ୟା କରିଛି ସ୍ବାମୀ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ମହାରାଷ୍ଟ୍ରରେ। ମହିଳାଙ୍କ ଭଉଣୀର ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ସ୍ବାମୀ କୁଣ୍ଡଲିକ ଉତ୍ତମ କାଲେକୁ ଗିରଫ କରିଛି।

ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ନାଁ ହେଉଛି ମାଇନା। କୁଣ୍ଡଲିକ ଏବଂ ମାଇନାଙ୍କର ପୂର୍ବରୁ ୨ଟି ଝିଅ ଅଛନ୍ତି। ନିକଟରେ ମାଇନା ୩ୟ ସନ୍ତାନ ଜନ୍ମ ଦେଇଥିଲେ, ଯାହା ଏକ କନ୍ୟା ସନ୍ତାନ ଥିଲା। ଏହି କାରଣରୁ ସ୍ବାମୀ କୁଣ୍ଡଲିକ ନିଜ ସ୍ତ୍ରୀ ସହିତ ସବୁବେଳେ ଝଗଡ଼ା କରିଆସୁଥିଲେ। ଗତ ଗୁରୁବାର ରାତିରେ ଉଭୟଙ୍କ ମଧ୍ୟରେ ପୁନର୍ବାର କଳିଝଗଡ଼ା ହେବାରୁ କୁଣ୍ଡଲିକ ମାଇନାଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ମାଇନା ଜୀବନ ବିକଳେ ଘରୁ ବାହାରକୁ ଚାଲିଆସିଥିଲେ। ପାଖ ପଡ଼ିଶା ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories