www.samajalive.in
Sunday, December 14, 2025
14.1 C
Bhubaneswar

ଝିଅ ଜନ୍ମହେବାରୁ ସ୍ତ୍ରୀ ଦେହରେ ନିଆଁ ଲଗାଇ ହତ୍ୟା କଲା ସ୍ବାମୀ

ସମାଜ ଡିଜିଟାଲ ଡେସ୍କ: ଝିଅ ଜନ୍ମ ଦେବାରୁ ସ୍ତ୍ରୀକୁ ପୋଡ଼ି ହତ୍ୟା କରିଛି ସ୍ବାମୀ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ମହାରାଷ୍ଟ୍ରରେ। ମହିଳାଙ୍କ ଭଉଣୀର ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ସ୍ବାମୀ କୁଣ୍ଡଲିକ ଉତ୍ତମ କାଲେକୁ ଗିରଫ କରିଛି।

ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ନାଁ ହେଉଛି ମାଇନା। କୁଣ୍ଡଲିକ ଏବଂ ମାଇନାଙ୍କର ପୂର୍ବରୁ ୨ଟି ଝିଅ ଅଛନ୍ତି। ନିକଟରେ ମାଇନା ୩ୟ ସନ୍ତାନ ଜନ୍ମ ଦେଇଥିଲେ, ଯାହା ଏକ କନ୍ୟା ସନ୍ତାନ ଥିଲା। ଏହି କାରଣରୁ ସ୍ବାମୀ କୁଣ୍ଡଲିକ ନିଜ ସ୍ତ୍ରୀ ସହିତ ସବୁବେଳେ ଝଗଡ଼ା କରିଆସୁଥିଲେ। ଗତ ଗୁରୁବାର ରାତିରେ ଉଭୟଙ୍କ ମଧ୍ୟରେ ପୁନର୍ବାର କଳିଝଗଡ଼ା ହେବାରୁ କୁଣ୍ଡଲିକ ମାଇନାଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ମାଇନା ଜୀବନ ବିକଳେ ଘରୁ ବାହାରକୁ ଚାଲିଆସିଥିଲେ। ପାଖ ପଡ଼ିଶା ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories