www.samajalive.in
Sunday, December 14, 2025
14.1 C
Bhubaneswar

ପୁରୁଷ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ, ଉଦ୍‌ଘାଟନୀ ମ୍ୟାଚ ଜିତିଲା ଦିଲ୍ଲୀ ଏସ୍‌ଜି ପାଇପର୍ସ

କଟକ: ଦୀର୍ଘ ୭ ବର୍ଷ ପରେ ହକି ଇଣ୍ଡିଆ ଲିଗ୍‌ ପ୍ରତ୍ୟାବର୍ତ୍ତନ କରିଛି। ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ହକି ଇଣ୍ଡିଆ ଲିଗ୍‌ ପୁରୁଷ ବର୍ଗ 6ଷ୍ଠ ସଂସ୍କରଣ ଆରମ୍ଭ ହୋଇଛି। ଶନିବାର ଉଦ୍‌ଘାଟନୀ ମ୍ୟାଚରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ପେନାଲ୍‌ଟି ସୁଟ୍‌ଆଉଟ୍‌ ୨-୨ (୪-୨) ଗୋଲରେ ଟିମ୍‌ ଗୋନାସିକାକୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ଏସ୍‌ଜି ପାଇପର୍ସ ୨ ପଏଣ୍ଟ ପାଇଥିବା ବେଳେ ପରାଜିତ ଟିମ୍‌ ଗୋନାସିକାକୁ ୧ ପଏଣ୍ଟ ମିଳିଛି। ନିର୍ଦ୍ଧାରିତ ସମୟ ଖେଳ ୨-୨ ଗୋଲ ବରାବର ରହିବାରୁ ସୁଟ୍‌ଆଉଟ୍‌ ହୋଇଥିଲା। ଏଥିରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ୪-୨ ଗୋଲରେ ବିଜୟୀ ହୋଇଥିଲା। ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ପକ୍ଷରୁ ଥମାସ ୱାଲଟନ, ମିଚେଲ ଡୋମିନ, କେ ୱିଲୋଟ ଓ ରାଜକୁମାର ପାଲ୍‌ ଗୋଲ ଦେଇଥିଲେ। ଟିମ୍‌ ଗୋନାସିକା ପକ୍ଷରୁ ଲି ମର୍ଟନ ଓ ତିମୋତି କ୍ଲିମେଣ୍ଟ ଗୋଲ ଦେଇଥିଲେ।

୫ ମିନିଟ୍‌ରେ ଦିଲ୍ଲୀ ଏସ୍‌ଜି ପାଇପର୍ସକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଆର୍ଜେଣ୍ଟିନାର ଫରୱାର୍ଡ ଥୋମାସ ଡୋମେନ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଦିଲ୍ଲୀ ଏସ୍‌ଜି ପାଇପର୍ସ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ୨୬ ମିନିଟ୍‌ରେ ଟିମ୍‌ ଗୋନାସିକା ପକ୍ଷରୁ ଷ୍ଟୁୱାନ ୱାଲକର ଗୋଲ ଦେଇ ମ୍ୟାଚ୍‌କୁ ୧-୧ ବରାବର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଖେଳ ୧-୧ ଗୋଲ ବରାବରରେ ରହିଥିଲା। ତୃତୀୟ କ୍ବାର୍ଟର ତଥା ୩୫ ମିନିଟ୍‌ରେ ଟିମ୍‌ ଗୋନାସିକାକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଫ୍ରାନ୍‌ସର ଭିକ୍ଟର ସାର୍ଲେଟ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ୩୯ ମିନିଟ୍‌ରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ଗୋଲ ବରାବର କରି ନେଇଥିଲା। ଦଳ ପକ୍ଷରୁ ଥୋମାସ ଡୋମେନ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର କରିଥିଲେ। ଅନ୍ତିମ କ୍ବାର୍ଟର ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେବାରେ ସଫଳ ହୋଇ ନଥିଲେ। ଏହି ପ୍ରତିଯୋଗିତା ରାଉରକେଲା ଓ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯାଉଛି। ଏଥିରେ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ଫେବୃଆରୀ ୧ରେ ଫାଇନାଲ ମ୍ୟାଚ ଖେଳାଯିବ। ରବିବାର ରାଉରକେଲାରେ ୨ଟି ମ୍ୟାଚ ଖେଳାଯିବ। ସନ୍ଧ୍ୟା ୬ଟାରେ ପ୍ରଥମ ମ୍ୟାଚରେ ହାଇଦରାବାଦ ତୁଫାନ୍‌ସ ବନାମ ରାହ ବେଙ୍ଗଲ ଟାଇଗର୍ସ ଓ ରାତି ୮.୧୫ରେ ସୁରମା ହକି କ୍ଲବ୍‌ ବନାମ ତାମିଲନାଡୁ ଡ୍ରାଗନ୍‌ସ ମୁକାବିଲା ହେବ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories