www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଆ ବଲିଉଡ୍‌ ଅଭିନେତା ବିକୁଛନ୍ତି ପରିବା

ଭୁବନେଶ୍ୱର: କରୋନା ମହାମାରୀ ଚାରିଆଡ଼େ କାୟା ବିସ୍ତାର କରିସାରିଛି। କରୋନା ପାଇଁ ସମସ୍ତେ ଚିନ୍ତିତ। କୋଟି କୋଟି ଲୋକଙ୍କ ରୋଜଗାର ଠପ୍‌ ହୋଇଯାଇଛି। କର୍ମକ୍ଷେତ୍ରକୁ ଯାଇ ନ ପାରି ସେମାନେ ହାତବାନ୍ଧି ଘରେ ବସିଛନ୍ତି। ଏପରି କି ସେଲିବ୍ରିଟିମାନେ ବି ଏଥିରୁ ବାଦ୍‌ ପଡ଼ିିନାହାନ୍ତି। କରୋନା ଆଗରେ ସେମାନେ ବି ଅସହାୟ ପାଲଟିଯାଇଛନ୍ତି। ଅଭିନେତା, ଅଭିନେତ୍ରୀ ହୋଇ ବି ପେଟ ପାଇଁ ରାସ୍ତାକଡ଼ରେ ଛିଡ଼ା ହୋଇ ପରିବା ବିକ୍ରି କରୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ପଳାଶୁଣୀରେ, ଯେଉଁଠାରେ ଜଣେ ଓଡ଼ିଆ ବଲିଉଡ୍‌ ଅଭିନେତା ପରିବା ବିକୁଛନ୍ତି।

ସେହି ଅଭିନେତା ଜଣକ ହେଉଛନ୍ତି କାର୍ତ୍ତିକ ସାହୁ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲା ଗୋଦରପୁରରେ। ୨୦୧୪ରେ କାର୍ତ୍ତିକ ନିଜ ସ୍ବପ୍ନକୁ ସାକାର କରିବା ସହିତ ରୋଜଗାର ଆଶା ନେଇ ମୁମ୍ବଇ ଚାଲିଯାଇଥିଲେ। ସେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା। ସୁନ୍ଦର ଏବଂ ଆକର୍ଷଣୀୟ ଚେହେରା କାରଣରୁ ସେ ବିଭିନ୍ନ ସଂସ୍ଥା ପାଇଁ ବାଉନ୍‌ସର କାମ କରୁଥିଲେ। ହଠାତ ଦିନେ ତାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା। ବଲିଉଡ଼ରେ ବିଭିନ୍ନ ଛୋଟ ବଡ଼ ଭୂମିକାରେ ନଜର ଆସିଥିଲେ। କେତେକ ଚଳଚ୍ଚିତ୍ରରେ ସେ ପୁଲିସ ଏବଂ ଅନ୍ୟାନ୍ୟ ଭୂମିକାରେ ନଜର ଆସିଛନ୍ତି। ଏଭଳି ନିଜର କର୍ମ ଓ ସ୍ୱପ୍ନକୁ ଆଗକୁ ନେବାକୁ ଯାତ୍ରା ଆରମ୍ଭ କରିବା ସମୟରେ କରୋନା ତାଙ୍କ ରାସ୍ତାରେ ବାଧକ ସାଜିଲା। ଚଳଚ୍ଚ୍ରିତ ଓ ଟିଭି ସିରିଏଲ ବନ୍ଦ ହେବା କାରଣରୁ ସେ ମୁମ୍ବଇରୁ ପୁଣି ଭୁବନେଶ୍ୱର ଫେରିଆସିଥିଲେ। ଫେରିବା ପରେ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଏବେ ସେ ଭୁବନେଶ୍ୱରରେ ପରିବା ବିକୁଛନ୍ତି।
କାର୍ତ୍ତିକ ବଲିଉଡ଼ର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ସୂର୍ଯ୍ୟବଂଶୀ ଚଳଚ୍ଚିତ୍ରରେ ପୁଲିସ ଭୂମିକାରେ ଅଭିନୟ କରିଛନ୍ତି। ସେଭଳି ସଞ୍ଜୟ ଦତ୍ତ, ସଲମାନ ଖାନ, ଅମିର ଖାନଙ୍କ ଭଳି ସୁପରଷ୍ଟାରଙ୍କ ସହ ମଧ୍ୟ କାମ କରିଛନ୍ତି। ଏହାଛଡ଼ା ଧାରାବାହିକ ଶ୍ରୀଗଣେଶ ସହିତ ୪ରୁ ଅଧିକ ୱେବସିରିଜରେ ମଧ୍ୟ କାମ କରିଛନ୍ତି ଏବଂ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।
ଏପରିକି ଆଗକୁ ଆସୁଥିବା ହିନ୍ଦୀ ଚଳଚ୍ଚିତ୍ର ଟକ୍କର ଏବଂ ବାହୁବଲୀ-୩ରେ କୌଣସି ଏକ ଭୂମିକା ପାଇଁ କାର୍ତ୍ତିକଙ୍କ ଚୟନ ହୋଇଥିଲା। କରୋନା ପାଇଁ ତାଙ୍କ ସ୍ୱପ୍ନ ଅଧା ରାସ୍ତାରେ ରହିଛି। ସେ ଏବେ ପରିବା ବିକୁଛନ୍ତି ଓ ୨ ହଜାର ଟଙ୍କାରୁ ପରିବା ବ୍ୟବସାୟ ଆରମ୍ଭ କରିଛନ୍ତି ବୋଲି ମଧ୍ୟ କହିଛନ୍ତି। ଏଥିରୁ ଯାହା ରୋଜଗାର ହେଉଛି, ସେଥିରେ ପରିବାରର ପ୍ରତିପୋଷଣ ହେଉଛି। କାର୍ତ୍ତିକ କୁହନ୍ତି, ଯେଉଁ ସମୟରେ ମୋ କ୍ୟାରିୟର ଆରମ୍ଭ ହେଲା, ଠିକ୍‌ ସେହି ସମୟରେ କରୋନା ଆସିଗଲା। ମାତ୍ର ମୁଁ ହାର ମାନିବି ନାହିଁ। ପରିସ୍ଥିତି ବଦଳିବ ଓ ମୁଁ ପୁଣି ମୁମ୍ବଇ ଯିବି। ସ୍ୱପ୍ନକୁ ସତ କରିବି। ଯଦି ସୁଯୋଗ ମିଳେ ତେବେ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିବି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories