www.samajalive.in
Saturday, December 6, 2025
26.1 C
Bhubaneswar

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ, ତଦନ୍ତ ଦାବି କଲେ

ପାଟନା: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ସୋମବାର ଅଭିଯୋଗ କରିଛନ୍ତି। ସୁଶାନ୍ତ ନିଜକୁ ମାରିପାରିବେ ନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ କହିଛନ୍ତି। ତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଛି, ଏ ଦିଗରେ ପୁଲିସ ତଦନ୍ତ କରୁ ବୋଲି ସେମାନେ ଦାବି କରିଛନ୍ତି।

ସୁଶାନ୍ତଙ୍କ ମାମୁଁ ଗଣମାଧ୍ୟମକୁ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିବା ନେଇ ଆମେ ଚିନ୍ତା କରିପାରୁନୁ। ପୁଲିସ ଏ ଦିଗରେ ତଦନ୍ତ କରିବା ଉଚିତ। ତାଙ୍କ ମୃତ୍ୟୁ ପଛରେ କିଛି ଷଡ଼ଯନ୍ତ୍ର ରହିଛି। ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ଜନ ଅଧିକାର ପାର୍ଟି ମୁଖ୍ୟ ପପୁ ଯାଦବ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। ସେ ପାଟନାସ୍ଥିତ ସୁଶାନ୍ତଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଏହା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇଛି। ସେ ଆତ୍ମହତ୍ୟା କରିପାରିବେ ନାହିଁ। ମୁଁ ଘଟଣାର ସିବିଆଇ ତଦନ୍ତ ଦାବି କରୁଛି।

- Advertisement -

ସୂଚନାଯୋଗ୍ୟ, ବାନ୍ଦ୍ରାସ୍ଥିତ ଭଡ଼ା ଘରୁ ରବିବାର ଦିନ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସେ ଡିପ୍ରେସନରେ ଥିବା ଏବଂ ଏଥିପାଇଁ ଚିକିତ୍ସା ହେଉଥିବା ଜଣାପଡ଼ିଥିଲା। ଡିପ୍ରେସନ ଯୋଗୁ ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। କିନ୍ତୁ ସୁଶାନ୍ତଙ୍କୁ ବଲିଉଡ୍‌ରେ ଭିନ୍ନ ଦୃଷ୍ଟିରେ ଦେଖାଯାଉଥିଲା ଏବଂ ତାଙ୍କୁ କହି ବଲିଉଡ୍‌ ପରିବାରର ସଦସ୍ୟ ଭାବେ ଗ୍ରହଣ କରୁ ନ ଥିଲେ ବୋଲି ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖିବାକୁ ମିଳିଥିଲା। ସୁଶାନ୍ତ ନିଜେ ମଧ୍ୟ ଏ ନେଇ ପୂର୍ବରୁ କହିଥିଲେ। ତେଣୁ ତାଙ୍କ ମୃତ୍ୟୁ ପଛରେ କିଛି ରହସ୍ୟ ଲୁଚି ରହିଥିବା ପରିବାର ଲୋକେ ସନ୍ଦେହ କରି ତଦନ୍ତ ଦାବି କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories