www.samajalive.in
Saturday, December 6, 2025
14.1 C
Bhubaneswar

ଆନ୍ତର୍ଜାତୀୟ ଯୋଗ ଦିବସ : ମନକୁ ଶାନ୍ତ ଓ ଶରୀରକୁ ସୁସ୍ଥ ରହିଥାଏ ଯୋଗ

୨୧ ଜୁନ ୨୦୧୫ରେ ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ସମ୍ପୂର୍ଣ୍ଣ ବିଶ୍ୱରେ ଧୂମଧାମରେ ପାଳନ କରାଯାଇଥିଲା। ଏହି ଦିନ ସାରା ବିଶ୍ୱରେ କୋଟି କୋଟି ଲୋକେ ଯୋଗ କରିଥିଲେ। ଯାହା ଏକ ରେକର୍ଡ଼ ସୃଷ୍ଟି କରିଥିଲା। ଯୋଗ ବ୍ୟାୟାମର ଏକ ଏପରି ପ୍ରଭାବଶାଳୀ ପ୍ରକାର ଯାହା ମାଧ୍ୟମରେ କେବଳ ଶରୀରର ଅଙ୍ଗ ନୁହେଁ ବରଂ ମନ, ମସ୍ତିଷ୍କ ଓ ଆତ୍ମାରେ ସଠିକ ସନ୍ତୁଳନ ରହିଥାଏ। ଏହି କାରଣରୁ ହିଁ ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନ ଶାନ୍ତ ଓ ଦୁଶ୍ଚିତା ମୁକ୍ତ ହୋଇଥାଏ।
ବହୁ ପ୍ରାଚୀନ କାଳରୁ ମଧ୍ୟ ଯୋଗ ଓ ଏହାର ବିଶେଷତ୍ୱ ବିଷୟରେ ଇତିହାସରେ ଉଲ୍ଲେଖ ରହିଛି। ପୂର୍ବ କାଳରେ ସାଧୁ, ସନ୍ନ୍ୟାସୀ, ଯୋଗୀମାନେ ଯୋଗ କରୁଥିଲେ ବୋଲି ମଧ୍ୟ କୁହାଯାଇଛି। ସ୍ୱାସ୍ଥ୍ୟବାନ ଶରୀର ପାଇଁ ଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ। ଏହା ବ୍ୟସ୍ତତା ଭାବ, ଦୁଶ୍ଚିତା, ଅସ୍ୱାସ୍ଥ୍ୟ ଜୀବନଶୈଳୀ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ଯୋଗ କରିବା ଦ୍ୱାରା ଶାରୀରିକ ,ମାନସିକ ଶାନ୍ତି ମିଳିଥାଏ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ଯୋଗ ବିଭିନ୍ନ ପ୍ରକାର ରହିଛି। ଯୋଗର ଅର୍ଥ କେବଳ କିଛି ଆସନ ବା ଧ୍ୟାନ କରିବା ନୁହେଁ। ବରଂ ଜୀବନରେ ଆସିୁଥିବା ଭଲ ଖରାପ ଉଭୟ ସମୟକୁ ବୁଝି ବିଚାରି କାର୍ଯ୍ୟ କରିବା। ନିୟମିତ ଧ୍ୟାନ ଓ ପ୍ରାଣାୟମ କରିବା ଦ୍ୱାରା ମସ୍ତିଷ୍କରେ ଉତମ ହରମୋନ ନିର୍ଗତ ହୋଇଥାଏ। ଯାହା ବ୍ୟକ୍ତିଙ୍କୁ ପ୍ରସନ୍ନ ରଖିଥାଏ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି, ଆମେ ଯେଉଁ କାର୍ଯ୍ୟ କରିବା ତା’କୁ ସମ୍ପୂର୍ଣ୍ଣ ନିଷ୍ଠା, ସଚ୍ଚୋଟତା, ପରିଶ୍ରମ, ତ୍ୟାଗ ଓ ଆନନ୍ଦ ସହିତ କରି ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତି କରିବା ଉଚିତ। ଏହା ମଧ୍ୟ ଏକ ପ୍ରକାର ଯୋଗ। ଏଥିରେ ନିଜର କ୍ଷମତା, ବିଚାର ଓ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ। ଯେକୌଣସି କାର୍ଯ୍ୟର ପରିପୂର୍ଣ୍ଣତା ଯାଏଁ ପହଂଚିବା ମଧ୍ୟ ଏକ ପ୍ରକାର ଯୋଗ ଅଟେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories